ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନରେ ୨୫ ବର୍ଷ ପରେ ଖୋଲିଲା ଓଧି ଖୁଆଡ

୨୫ ବର୍ଷ ପରେ ନନ୍ଦନକାନନରେ ଖୋଲିଲା ଓଧ ଖୁଆଡ଼ । ଏହାସହ ଉତ୍ତର-ପୂର୍ବ ପାନୋରାମା, ସିଭେଟ୍ ବିଲେଇ ଏନ୍କ୍ଲୋଜର, କାଚ-ସମ୍ମୁଖ କଲରାପତରିଆ ବାଘ ଘେରା, କ୍ଷୁଦ୍ର ବିଲେଇ ଏନକ୍ଲୋଜର କମ୍ପ୍ଲେକ୍ସ, ଉଦ୍ୟାନ କୃଷି ଶାଖା, ତୃଣଭୋଜି ପଶୁ ସଂରକ୍ଷିତ ସଂରକ୍ଷଣ ସୁବିଧା, ସରୀସୃପ ସଂରକ୍ଷିତ ସୁବିଧା, ରାଟେଲ, ସ୍ଲଥ ବିୟର ପାଇଁ ଏନକ୍ଲୋଜର ଉଦଘାଟିତ ହୋଇଛି ।

Nandankanan

ସୋମବାର ନନ୍ଦନକାନନର ୬୬ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ଏହିସବୁକୁ ଉଦଘାଟନ କରିଛନ୍ତି । ନନ୍ଦନକାନନକୁ ବିଶ୍ବସ୍ତରୀୟ ଚିଡ଼ିଆଖାନା କରିବା ଲକ୍ଷ୍ୟରେ ସରକାରଙ୍କ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ୨ ଶହ କୋଟି ଟଙ୍କା ନନ୍ଦନକାନନକୁ ପ୍ରଦାନ କରାଯାଇଛି।

ସେହିପରି ପ୍ରତିଷ୍ଠା ଦିବସରେ ଅବସରରେ କିଛି ନୂଆ ଜନ୍ତୁଙ୍କର ନାଁ ଘୋଷଣା କରିଛନ୍ତି ମନ୍ତ୍ରୀ । ଧଳା ବାଘୁଣୀ ରୂପାର ଦୁଇ ଅଣ୍ଡିରା ଛୁଆ ଅରୁଣ, ଅର୍ଜୁନ, ଧଳା ବାଘୁଣୀ ମୌସୁମୀର ମାଈ ଛୁଆ ଅନନ୍ୟା, ବାଘୁଣୀ ଅଙ୍କିତର ଛୁଆ କାହ୍ନ, ସିଂହ ରେବା ଛୁଆ ରକି, ମାଈ ଛୁଆ ଲକି, ସିଂହୀ ବିଜୁଳିର ଛୁଆ ହର୍ଷ ଓ ଧ୍ରୁବ, ଗୋଟିଏ ମାଈ ଛୁଆ ଶ୍ରେୟା, ସିମ୍ପାଜି ଦୁର୍ଗାର ଅଣ୍ଡିରା ଛୁଆ ସୁରଜ, ସିମ୍ପାଜି ରାଖୀର ଅଣ୍ଡିରା ଛୁଆ ଇସାନ, ହିମାଳୟ କଳାଭାଲୁ ମନିର ମାଈଛୁଆ ସୁଭଦ୍ରା ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+