ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦକାନନକୁ ଆସିଲେ ନୂଆ ଅତିଥି। ସୁରତର ଶ୍ୟାମପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନରୁ ଆସିଲେ ଜୀବଜନ୍ତୁ।୫ ଓଧ, ୨ ଧୂସର ଗଧିଆ, ୧୦ ବିରଳ କଇଁଛ, ୨ ଫିଜାଣ୍ଟ ପକ୍ଷୀ ଆସିଛି। ପ୍ରତିବଦଳରେ ଶ୍ୟାମପ୍ରସାଦ ମୁଖାର୍ଜୀ ଉଦ୍ୟାନକୁ ଦିଆଗଲା ୧୪ ଜୀବଜନ୍ତୁ। ୨ ରୟାଲ ବେଙ୍ଗଲ ଟାଇଗର, ୨ ମାଇ ଗଧିଆ, ୩ ଚାରିଶୃଙ୍ଗୀ କୃଷ୍ଣସାର ମୃଗ। ୫ ବିଲୁଆ, ୨ ବାର୍କିଂ ହରିଣ ପ୍ରଦାନ କଲା ନନ୍ଦନକାନନ।