ରାଜଧାନୀବାସୀଙ୍କ ପାଇଁ ଖୁସି ଖବର, ଜାନୁଆରୀ ୧୦ ରୁ ଖୋଲିବ ରାଜଭବନ ଉଦ୍ୟାନ

ସକାଳ ଓ ସନ୍ଧ୍ୟାରେ ସୁଲୁସୁଲିଆ ପବନ ସାଙ୍ଗକୁ ଘନ କୁହୁଡ଼ି । ଶୀତ ଦିନେ ରାଜଧାନୀରେ ସବୁଠି ଚାଲେ ବିଭିନ୍ନ କାର୍ଯ୍ୟକ୍ରମ । ତନ୍ମଧ୍ୟରେ ପୁଷ୍ପ ପ୍ରଦର୍ଶନୀ ଅନ୍ୟତମ । ରାଜଧାନୀବାସୀ ଏହାକୁ ଯେମିତି ଅପେକ୍ଷା କରିଥାନ୍ତି । ସହରର ଗଳିକନ୍ଦିଠାରୁ ଆରମ୍ଭ କରି ସରକାରୀ ବାସଭବନ ଯାଏ ସବୁଠି ରଙ୍ଗବେରଙ୍ଗର ଫୁଲରେ ସଜେଇ ହୋଇଯାଏ । ବହୁ ସ୍ଥାନରେ ଫୁଲ ପ୍ରଦର୍ଶନୀ ସହିତ ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇଥାଏ । ଯେଉଁଠି ସାଧାରଣ ଲୋକ ଏହି ପ୍ରଦର୍ଶନୀ ଦେଖିବାର ସୁଯୋଗ ପାଇବା ସହିତ ଫୁଲ କିଣିବାର ସୁଯୋଗ ପାଆନ୍ତି । ଏହି ଶୀତ ସକାଳରେ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଏକାମ୍ର କାନନ ପରିସରରେ ଜାନୁଆରୀ ୯ତାରିଖରେ ଫୁଲ ପ୍ରଦର୍ଶନୀ ଆରମ୍ଭ ହେବ । ମାଗଣାରେ ଏକାମ୍ର କାନନରେ ଏହି ପୁଷ୍ପ ପ୍ରଦର୍ଶନୀର ମଜା ଉଠାଇ ପାରିବେ ସାଧାରଣ ଲୋକ ।

Raj Bhavan Garden

ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ ଓ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଏହି ପୁଷ୍ପ ପ୍ରଦର୍ଶନୀ ହେବ । ପ୍ରତିବର୍ଷ ଦୁଇ ଦିନ ଧରି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଚଳିତ ଥର ତିନି ଦିନ ହେବ । ୯ତାରିଖ ଅର୍ଥାତ୍ ଶୁକ୍ରବାର ଆରମ୍ଭ ହୋଇ ରବିବାର ସରିବ । ଅର୍କିଡ, ଲିଲିୟମ୍ ଭଳି ଅନେକ ଦେଶୀ ଓ ବିଦେଶୀ ଫୁଲ ଆକର୍ଷଣ ସାଜିବ । ଠିକ୍ ଜାନୁଆରୀ ୧୦ତାରିଖରେ ରାଜଭବନ ଉଦ୍ୟାନ ଖୋଲାଯିବ । ଛାତ୍ରଛାତ୍ରୀ, ସାଧାରଣ ଦଶର୍କ ୧୦ ତାରିଖରୁ ରାଜଭବନ ବୁଲିବାର ସୁଯୋଗ ପାଇବେ । ଏଥର ମଧ୍ୟ ଅନ୍ଲାଇନ୍ ରେ ଟିକଟ୍ ର ବ୍ୟବସ୍ଥା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+