Get Updates
Get notified of breaking news, exclusive insights, and must-see stories!

ରାଜଧାନୀ ବାସୀଙ୍କ ପାଇଁ ଖୁସି ଖବର: ଜାନୁଆରୀ ୨୩ରୁ ଖଣ୍ଡଗିରି ମେଳା

ପଚିଗଲାଣି ପଞ୍ଚତୀର୍ଥ ଜଳ । ଐତିହ୍ୟ ସମ୍ବଳିତ ଖଣ୍ଡଗିରି-ଉଦୟଗିରିରେ ଅବସ୍ଥିତ ପଞ୍ଚତୀର୍ଥ କୁଣ୍ଡ । ନଜର ଆଢ଼ୁଆଳରେ ରହିଛି ଏହି ୫ ଐତିହ୍ୟ କୁଣ୍ଡ । ଯାହା ସହିତ ଯୋଡ଼ି ହୋଇ ରହିଛି ଅନେକ ଇତିହାସ, ଲୋକକଥା ଓ କିମ୍ବଦନ୍ତୀ । ମାତ୍ର ଦୁଃଖ, ଏକଥା କେହି ଜାଣନ୍ତି ନାହିଁ । ମାଘ ମେଳା ବା କୁମ୍ଭମେଳା ଆସିଲେ ଏଠି ପ୍ରବଳ ଭିଡ଼ ହୁଏ । ଟିଭି, ଖବର କାଗଜରେ ଚର୍ଚ୍ଚା ହୁଏ । ନାନା ଲୋକ ନାନା ମତ ଦିଅନ୍ତି । ପର୍ଯ୍ୟଟକ ଜାଣନ୍ତି କମ୍, ଫଟୋ ଉଠାଇବାକୁ ବେଶି ଆସନ୍ତି । ବାକି ବର୍ଷସାରା କାହାରି ଦେଖା ମିଳେନି । ନା ଲୋକେ ଯାଆନ୍ତି ନା ସଂରକ୍ଷଣ, ସୁରକ୍ଷା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ଅଧିକାରୀଙ୍କ ପାଦ ପଡ଼େ । କୁଣ୍ଡସବୁ ଦିନେ ଇତିହାସ ପାଲଟିଯିବ!

Khandagiri Mela

ଗୁପ୍ତଗଙ୍ଗା, ଆକାଶଗଙ୍ଗା, ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଓ ଲଳିତାକୁଣ୍ଡ ନାମରେ ନାମିତ ଏହି ପଞ୍ଚକୁଣ୍ଡ । ଖଣ୍ଡଗିରି ଉପରେ ଗୁପ୍ତଗଙ୍ଗା, ଆକାଶଗଙ୍ଗା, ରାଧାକୁଣ୍ଡ ଓ ଶ୍ୟାମକୁଣ୍ଡ ଥିଲା ବେଳେ ଉଦୟଗିରିରେ ରହିଛି ଲଳିତା କୁଣ୍ଡ । ଯେଉଁଠି କୁମ୍ଭମେଳାରେ ବୁଡ଼ ପକାଇଲେ ତ୍ରିବେଣୀ ସଙ୍ଗମ ବୁଡ଼ ସହ ସମାନ ବୋଲି ବିଶ୍ୱାସ ରହିଛି । ୫ଟି କୁଣ୍ଡ ପାଇଁ ଏହାକୁ ପଞ୍ଚତୀର୍ଥ ଭାବରେ ମଧ୍ୟ ବିବେଚନା କରାଯାଏ । ଏଠାରେ ବୁଡ଼ ପକାଇଲେ ଅନେକ ରୋଗ, ଶୋକରୁ ମୁକ୍ତି ସହ ମୋକ୍ଷପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ । ହେଲେ ଏବେ ଏହି କୁଣ୍ଡଗୁଡ଼ିକର ହାଲ୍ ପୂରା ବେହାଲ । କାଚକେନ୍ଦୁ ପାଣି ବଦଳରେ ପୂରା ପଚା କଳା ପାଣି । ପାଣିରୁ ଦୁର୍ଗନ୍ଧ ବାହରୁଛି । ସ୍ଥାନୀୟ ଲୋକଙ୍କ କହିବା କଥା, ଆସନ୍ତା ଜାନୁଆରୀ ୨୩ରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡିଗିରି ମାଘ ମେଳା । ଆଉ ମାତ୍ର ମାସେ । ସେ ଭିତରେ ଯଦି କୁଣ୍ଡଗୁଡ଼ିକ ସଫା ନହୁଏ ତେବେ ସାଧୁମାନେ ସେହି ପଚାପାଣିରେ ପଞ୍ଚତୀର୍ଥ ସ୍ନାନ କରିବେ ।

ଗବେଷକଙ୍କ କହିବା କଥା, ଆକାଶଗଙ୍ଗା ଓ ଗୁପ୍ତଗଙ୍ଗା ଦ୍ୱୟ ପ୍ରାକୃତିକ ସୁଡ଼ଙ୍ଗ, ଯାହା ସମ୍ପୂର୍ଣ୍ଣ ଅବହେଳିତ । ଅନ୍ୟ ୩ଟି ରାଧାକୁଣ୍ଡ, ଶ୍ୟାମକୁଣ୍ଡ ଓ ଲଳିତାକୁଣ୍ଡ ମଣିଷକୃତ ଜଳାଶୟ । ସେଥିରୁ ପ୍ରତିବର୍ଷ କୁମ୍ଭମେଳାରେ ରାଧାକୁଣ୍ଡରେ ସାଧୁସନ୍ଥ ସ୍ନାନ ଓ ଜଳ ତର୍ପଣ କରନ୍ତି । ମୁନିଋଷିଙ୍କ ବ୍ୟବହାର ପାଇଁ ସମ୍ରାଟ ଖାରବେଳଙ୍କ ସମୟରେ ଏହି କୁଣ୍ଡ ସବୁ ଖୋଳା ହୋଇଥିଲା । ଆଜି ଏହାର ବ୍ୟବହାର ହେଉନଥିଲେ ବି କେବଳ ମୂକସାକ୍ଷୀ ହୋଇ ଐତିହାସିକ ସ୍ୱାକ୍ଷର ବହନ କରୁଛି । ଗୁପ୍ତଗଙ୍ଗାରେ ପାଣି ନାହିଁ କି ପହଞ୍ଚିବାକୁ ବାଟ ନାହିଁ । ସେହିପରି ମାଘସପ୍ତମୀ ରାତିରେ ପ୍ରଭୁ ଅନନ୍ତ କେଶରୀ ଲଳିତାକୁଣ୍ଡରେ ଚାପ ଖେଳିବାର ବିଧି ଥିଲା । କିନ୍ତୁ ସେଠାରେ ମଇଳା ପାଣି ସାଙ୍ଗକୁ ରାସ୍ତା ବନ୍ଦ ଯୋଗୁ ପ୍ରଭୁଙ୍କ ନୀତି ବି ସବୁଦିନ ଲାଗି ବନ୍ଦ ହୋଇଗଲା । ଦିନ ଆସିବ, ଏ କୁଣ୍ଡ କଥା କେବଳ ଫଟୋଚିତ୍ରରେ ଥିବ । କିନ୍ତୁ କୁଣ୍ଡ ନଥିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+