ରାଜଧାନୀବାସୀଙ୍କ ପାଇଁ ଖୁସିଖବର୍, ୨୬ରୁ ଆଦିବାସୀ ମେଳା
ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ପାଇଁ ଖୁସି ଖବର ୨୬ ଜାନୁଆରୀରୁ ଆରମ୍ଭ ହେବ ଆଦିବାସୀ ମେଳା । ଆସନ୍ତା ୨୬ ତାରିଖରୁ ୟୁନିଟ୍-୧ ଆଦିବାସୀ ଚଳିତ ବର୍ଷ ମେଳା ଜାନୁଆରୀ ଅନୁଷ୍ଠିତ ହେବ 'ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୪' । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାକୁ ଉଦ୍ଘାଟନ କରିବାର କାର୍ୟ୍ୟକ୍ରମ ରହିଛି। ଚଳିତବର୍ଷ ମେଳା ପରିସରରେ ୧୦୭ଟି ଷ୍ଟଲ୍ରେ ଜନଜାତିଙ୍କ ବିଭିନ୍ନ କାରିଗରୀ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରିବଟା ପାଇଁ ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ଏହି ମେଳା ଜାନୁଆରୀ ୨୬ ତାରିଖରୁ ଫେବୃଆରୀ ୫ତାରିଖ ପର୍ୟ୍ୟନ୍ତ ୧୧ଦିନ ଚାଲିବ। ଅପରାହ୍ଣ ୨ଟାରୁ ରାତି ୧୦ ଟା ପର୍ୟ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ ।

ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ମେଳାର ଆକର୍ଷଣ ପାଲଟିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ଗୁଡ଼ିକ ପ୍ରଦର୍ଶିତ କରାଇବା ଓ ସେସବୁର ବିକ୍ରି କରାଯିବା ନିମନ୍ତେ ଏକ ବଜାର ସୃଷ୍ଟି କରିବା ମେଳାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପୃଷ୍ଠପୋଷକତାରେ ଏହି ମେଳା ଅନୁଷ୍ଠିତ ହୋଇଆସୁଛି।












Click it and Unblock the Notifications