ଯାତ୍ରୀଙ୍କ ପାଇଁ ଖୁସି ଖବର; ଭଏସ୍ କମାଣ୍ଡିଂ ଜରିଆରେ ହେବ ଟିକେଟ୍ ବୁକିଂ

ଭାରତର ଅଗ୍ରଣୀ ଅନଲାଇନ୍ ଟ୍ରାଭେଲ୍ କମ୍ପାନି MakeMyTrip ଏକ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଗ୍ରାହକମାନେ କେବଳ ଭଏସ୍‌ କମାଣ୍ଡିଂ କରି ବସ୍, ଟ୍ରେନ୍ ଏବଂ ଫ୍ଲାଇଟ୍ ଟିକେଟ୍ ବୁକ୍ କରିପାରିବେ । କମ୍ପାନି ଏଥିପାଇଁ ଏକ ଜେନେରେଟିଭ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ ଟୁଲ୍ 'ମାଇରା'ର ଶୁଭାରମ୍ଭ କରିଛି ।

icket booking

ଏହି ନୂଆ ଫିଚର୍ ଟ୍ରାଭେଲ୍‌ ବୁକିଂକୁ ଅଧିକ ସହଜ ଏବଂ ସମାବେଶୀ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା ବର୍ତ୍ତମାନ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହୋଇଥିବାବେଳେ, କମ୍ପାନି ଖୁବ୍‌ଶୀଘ୍ର ଏହାକୁ ଅନ୍ୟାନ୍ୟ ଭାରତୀୟ ଭାଷାରେ ମଧ୍ୟ ଆଣିବାକୁ ଯୋଜନା କରୁଛି ।
ଏହି GenAI ଆସିଷ୍ଟାଣ୍ଟ୍‌ କେବଳ ବୁକିଂରେ ସୀମିତ ନୁହେଁ ବରଂ ଟ୍ରାଭେଲ୍‌ର ପ୍ରତ୍ୟେକ ପର୍ଯ୍ୟାୟରେ ବ୍ୟବହାରକାରୀଙ୍କୁ ସାହାଯ୍ୟ କରିବ । ଏଥିରେ ଗନ୍ତବ୍ୟସ୍ଥଳ ଖୋଜିବା ଠାରୁ ଆରମ୍ଭ କରି ଯାତ୍ରା ସମୟରେ ଏବଂ ପରବର୍ତ୍ତୀ ସହାୟତା ପର୍ଯ୍ୟନ୍ତ ସବୁକିଛି ସାମିଲ ରହିଛି ।

ବ୍ୟବହାରକାରୀମାନେ ଭଏସ୍ ଏବଂ ଟେକ୍ସଟ୍ ମାଧ୍ୟମରେ ଜଟିଳ ପ୍ରଶ୍ନ ପଚାରିପାରିବେ, ଯେପରିକି "ମୁଁ ଅଗଷ୍ଟ ମାସରେ ମୋ ପିଲାମାନଙ୍କ ସହିତ ଛୁଟି କଟାଇବାକୁ କେଉଁଠାକୁ ଯାଇପାରିବି ?" କିମ୍ବା "ମୋତେ ଉଦୟପୁରରେ ୩୫୦୦ ଟଙ୍କା ବଜେଟରେ ଏକ ୩-ତାରକା ହୋଟେଲ୍ ଦରକାର" । ମାଇରା ରିଅଲ୍-ଟାଇମ୍ ଉପଲବ୍ଧତା ଏବଂ ମୂଲ୍ୟ ଉପରେ ଆଧାର କରି ବ୍ୟକ୍ତିଗତ ପରାମର୍ଶ ଦେବ ।

ଏହି ବ୍ୟବସ୍ଥା ଫ୍ଲାଇଟ୍, ହୋଟେଲ୍‌ , ଛୁଟିଦିନ ପ୍ୟାକେଜ୍ , ଗ୍ରାଉଣ୍ଡ ଟ୍ରାନ୍ସପୋର୍ଟ , ଭିସା ଏବଂ ଫରେକ୍ସ ସମେତ ସମସ୍ତ ପ୍ରମୁଖ ଯାତ୍ରାରେ ଯାତ୍ରାରେ ସାହାଯ୍ୟ କରିବ । ଏହି ପଦକ୍ଷେପ ସେହି ଲୋକମାନଙ୍କ ପାଇଁ ବିଶେଷ ସହାୟକ ହେବ , ଯେଉଁମାନେ ଭାଷାଗତ ଅସୁବିଧା କାରଣରୁ ପୂର୍ବରୁ ଅନଲାଇନ୍ ବୁକିଂ କରିପାରୁନଥିଲେ । MakeMyTrip ଏହି ଟେକ୍ନୋଲୋଜି ମାଧ୍ୟମରେ ଭାରତର ଦୂରଦୂରାନ୍ତରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+