ଯାତ୍ରୀଙ୍କ ପାଇଁ ଖୁସି ଖବର, ହୋଲିରେ ଗଡିବ ୫ ସ୍ପେଶାଲ ଟ୍ରେନ

ହୋଲି ପାଇଁ ଯାତ୍ରୀଙ୍କ ସୁବିଧା ପାଇଁ ବଡ ବ୍ୟବସ୍ଥା କରିଛି ଭାରତୀ ରେଳ ବିଭାଗ । ହୋଲି ସମୟରେ ଯାତ୍ରୀ ଭିଡ଼କୁ ଏଡ଼ାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ୫ ଯୋଡ଼ା ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିବ। ଏସବୁ ଟ୍ରେନ ପୁନେ, ପାଟନା ଏବଂ ନିଜାମୁଦ୍ଦିନ ଷ୍ଟେଶନକୁ ଚଳାଚଳ କରାଇବା ପାଇଁ ଯୋଜନା କରାଯାଇଛି ।

5 special trains will run on Holi

ଏଥିସହ ନିୟମିତ ଟ୍ରେନରେ ଅତିରିକ୍ତ କୋଚ୍‌ ବୃଦ୍ଧି କରି ଅତିରିକ୍ତ ବର୍ଥ ସୃଷ୍ଟି କରାଯାଇଛି। ଯାତ୍ରୀମାନେ ଆଇଆର୍‌ସିଟିସି ୱେବ୍‌ସାଇଟ କିମ୍ବା ମୋବାଇଲ ଆପ୍‌ କିମ୍ବା ପିଆରଏସ୍‌ କାଉଣ୍ଟରରୁ ଟିକେଟ ବୁକ କରିପାରିବେ। ସୂଚନାନୁସାରେ, ୦୮୩୨୭/୦୮୩୨୮ ସମ୍ବଲପୁର-ପୁନେ-ସମ୍ବଲପୁର ସ୍ପେଶାଲ ଟ୍ରେନ୍‌ ମାର୍ଚ୍ଚ ୧୭ରୁ ୩୧ ମଧ୍ୟରେ ପ୍ରତି ରବିବାର ସମ୍ବଲପୁରରୁ ରାତି ୧୦ଟାରେ ଛାଡିବ। ଫେରିବା ମାର୍ଗରେ ମାର୍ଚ୍ଚ ୧୯ରୁ ଏପ୍ରିଲ ୨ ପର୍ଯ୍ୟନ୍ତ ପୁନେରୁ ପୂର୍ବାହ୍ନ ୯ଟା ୧୫ରେ ଛାଡିବ।
୦୮୪୭୭/୦୮୪୭୮ ପୁରୀ-ପାଟନା-ପୁରୀ ଟ୍ରେନ୍‌ ମାର୍ଚ୍ଚ ୧୮ରୁ ୨୫ ମଧ୍ୟରେ ପ୍ରତି ସୋମବାର ପୁରୀରୁ ଅପରାହ୍ନ ୪ଟା ୪୫ରେ ଛାଡିବ। ଫେରିବା ମାର୍ଗରେ ଏହି ଟ୍ରେନ ପାଟଣାରୁ ମାର୍ଚ୍ଚ ୧୯ରୁ ୨୬ ମଧ୍ୟରେ ପ୍ରତି ମଙ୍ଗଳବାର ଅପରାହ୍ନ ୧ଟା ୧୫ରେ ଛାଡିବ। ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ୱର, ଆଦ୍ରା, ଯଶିଡିହ ଆଦି ୧୮ ଷ୍ଟେଶନରେ ରହଣି କରିବ।

୦୮୪୭୫/୦୮୪୭୬ ପୁରୀ-ନିଜାମୁଦ୍ଦିନ-ପୁରୀ ଟ୍ରେନ୍‌ ମାର୍ଚ୍ଚ ୨୨ରୁ ୨୯ ମଧ୍ୟରେ ପୁରୀଠାରୁ ପ୍ରତି ଶୁକ୍ରବାର ଭୋର୍‌ ୪ଟା ୫୦ରେ ଛାଡିବ। ଫେରିବା ମାର୍ଗରେ ନିଜାମୁଦ୍ଦିନଠାରୁ ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ପ୍ରତି ଶନିବାର ରାତି ୧୧ଟା ୩୦ରେ ଛାଡିବ। ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ସମ୍ବଲପୁର ସିଟି, ବିଳାସପୁର, ଗ୍ବାଲିୟର ଆଦି ୧୮ ଷ୍ଟେଶନରେ ରହଣି କରିବ।
୦୮୫୭୧/୦୮୫୭୨ ବିଶାଖାପାଟନମ୍‌-ନିଜାମୁଦ୍ଦିନ- ବିଶାଖାପାଟନମ ଟ୍ରେନ୍‌ ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ପ୍ରତି ଶନିବାର ସକାଳ ୮ଟା ୨୦ରେ ଛାଡିବ। ଫେରିବା ମାର୍ଗରେ ମାର୍ଚ୍ଚ ୨୪ରୁ ୩୧ ମଧ୍ୟରେ ପ୍ରତି ରବିବାର ନିଜାମୁଦ୍ଦିନଠାରୁ ରାତି ୧ ଟା ୩୫ରେ ଛାଡିବ। ବିଜୟନଗରମ, ରାୟଗଡା, ଟିଟିଲାଗଡ, ଖରିଆର ରୋଡ୍‌, ରାୟପୁର, ନ୍ୟୁକାଟନି, ଗ୍ବାଲିୟର, ମଥୁରା ଆଦି ୧୯ ଷ୍ଟେଶନରେ ରହଣି କରିବ।
୦୮୫୧୭/୦୮୫୧୮ ବିଶାଖାପାଟନମ-ପାଟନା-ବିଶାଖାପାଟନମ ଟ୍ରେନ ମାର୍ଚ୍ଚ ୨୦ରୁ ୨୭ ମଧ୍ୟରେ ପ୍ରତି ବୁଧବାର ବିଶାଖାପାଟନମ୍‌ରୁ ପୂର୍ବାହ୍ନ ୯ଟା ୨୫ରେ ଛାଡିବ। ଫେରିବା ମାର୍ଗରେ ପାଟନାଠାରୁ ମାର୍ଚ୍ଚ ୨୧ରୁ ୨୮ ମଧ୍ୟରେ ପ୍ରତି ଗୁରୁବାର ଅପରାହ୍ନ ୧ଟାରେ ପାଟନାଠାରୁ ଛାଡିବ। ବିଜୟନଗରମ, ଶ୍ରୀକାକୁଲମ, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର, କେନ୍ଦୁଝର ରୋଡ, ଭଦ୍ରକ, ବାଲେଶ୍ୱର, ଆଦ୍ରା, ଯଶିଡିହ ଆଦି ୨୪ ଷ୍ଟେଶନରେ ରହଣି କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+