ଆସିଲା ଖୁସି ଖବର; ବଢୁଛି ବାଘ ସଂଖ୍ୟା, ୬ ଥିଲେ ୧୨ ହେଲେଣି
ଢେଙ୍କାନାଳ ଜିଲ୍ଲାରେ ଗତ ୩ ବର୍ଷରେ ଦୁଇ ଗୁଣା ବଢିଛି ବାଘ ସଂଖ୍ୟା। ୨୦୨୧ ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ସଂଖ୍ୟା ୬ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଯାହା ଜଙ୍ଗଲ ବିଭାଗ ପାଇଁ ଆଣିଛି ଖୁସି ଖବର।

ହେଲେ ଦୁଃଖର ବିଷୟ ବିଗତ ଦିନରେ ଦୁଇ ଦୁଇଟି ବାଘ ମୃତ୍ୟୁ ଓ ଶିକାରୀଙ୍କ ଫାସରେ ବାଘ ପଡିବା ଘଟଣା ବନବିଭାଗ ପାଇଁ ସୃଷ୍ଟି କରିଛି ନୂଆ ଚ୍ୟାଲେଞ୍ଜ। କାରଣ ଢେଙ୍କାନାଳ ବନଖଣ୍ଡରେ ମାତିଛନ୍ତି ଶିକାରୀ। ବାଘ ଛାଲ ପାଇଁ ବିଦ୍ୟୁତ ତାର ବିଛାଇ ବାଘ ଶିକାର କରିବାକୁ ସେମାନେ ପଛାଉ ନାହାନ୍ତି ।
ପୂର୍ବରୁ ହିନ୍ଦୋଳ କୋଇ ରିଜର୍ଭ ଫରେଷ୍ଟରେ ଶିକାରୀଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା ।ସେହିଭଳି ଦୁଦୁରକୋଟ ଗାଁ ଜଙ୍ଗଲରେ ମଧ୍ୟ ଅନ୍ୟ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା। ନିକଟରେ ଢେଙ୍କାନାଳ-କେନ୍ଦୁଝର ସୀମାନ୍ତ ମହାବିରୋଡ ରେଞ୍ଜରେ ଶିକାରୀଙ୍କ ତାର ଜାଲରେ ପଡିଥିବା ଏକ କଲରାପତରିଆ ବାଘକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।












Click it and Unblock the Notifications