ସାବିତ୍ରୀ ବ୍ରତରେ ଆସିଲା ଖୁସି ଖବର, କମିଲା ସୁନା ଦର
ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦର । ମେ' ୨୬ ଅର୍ଥାତ୍ ସୋମବାର ହ୍ରାସ ପାଇଛି ସୁନା ଦାମ୍ । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୭,୬୪୦ ଟଙ୍କା ରହିଛି । ଗତକାଲି ଏହା ୯୮,୦୮୦ ଟଙ୍କା ଥିଲା । ଏଥିରେ ୪୪୦ ଟଙ୍କା ହ୍ରାସ ହୋଇଛି ।

୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୯,୫୦୦ ରହିଛି । ଗତକାଲି ଏହା ୮୯,୯୦୦ ଥିଲା । ଏଥିରେ ୪୦୦ ଟଙ୍କା ହ୍ରାସ ହୋଇଛି । ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୨୩୦ ଟଙ୍କା ରହିଛି । ଗତକାଲି ଏହା ୭୩, ୫୬୦ ଟଙ୍କା ଥିଲା । ଏଥିରେ ୩୩୦ ଟଙ୍କା ହ୍ରାସ ହୋଇଛି ।
ରୁପା ଦାମ୍ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୧୦୦ ରହିଛି । ଗତକାଲି ୧୧,୦୯୦ ଟଙ୍କା ଥିଲା । ଏଥିରେ ୧୦ ଟଙ୍କା ବୃଦ୍ଧି ପାଇଛି । ଏପ୍ରିଲ ୨୨ରେ ସୁନା ଦାମ୍ ସମସ୍ତ ରେକର୍ଡ ଭାଙ୍ଗି ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୨ ହଜାର ଟଙ୍କା ଦାମ୍ କମିଛି ।












Click it and Unblock the Notifications