ସୁଭଦ୍ରା ଯୋଜନାକୁ ନେଇ ଖୁସି ଖବର; ଏହି ଦିନ ପୁଣି ୧ ଟଙ୍କା ପଠାଇବେ ସରକାର

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ପୁଣି ଖୁସି ଖବର ଆଣିଛନ୍ତି। ଆସନ୍ତା ୯ ତାରିଖ ଦିନ ଏହି ଯୋଜନା ସହିତ ଜଡ଼ିତ ହିତାଧିକାରୀମାନେ ଟଙ୍କା ପାଇବେ। ୨୦୨୪ ଅକ୍ଟୋବର ୯ ତାରିଖ ପୂର୍ବରୁ ରାଜ୍ୟ ସରକାର ପୂର୍ବ ଭଳି ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଇବେ। ତା'ପରେ ପ୍ରଥମ କିସ୍ତିର ବାକି ୪,୯୯୯ ଟଙ୍କା ପଠାଇବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାରିପଦାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଜାରି କରିବେ। ଶ୍ରୀମତୀ ପରିଡ଼ା ମୟୂରଭଂଜରେ ୧ ଳକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀମାନଙ୍କୁ ଟଙ୍କା ପଠାଇବେ।

ଆସନ୍ତା ୯ ତାରିଖ ପୂର୍ବରୁ ରାଜ୍ୟ ସରକାର ପୂର୍ବ ଭଳି ପରୀକ୍ଷାମୂଳକ ଭାବେ ସୁଭଦ୍ରା ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ ଟଙ୍କା ପଠାଇବେ। ତା'ପରେ ପ୍ରଥମ କିସ୍ତିର ବାକି ୪,୯୯୯ ଟଙ୍କା ପଠାଇବେ।

ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ସର୍ବ ପ୍ରଥମେ ୧ ଟଙ୍କା ପଠାଇବେ। ପରେ ବାକି ଟଙ୍କା ଖାତାକୁ ଆସିବ। ଏହି ପର୍ଯ୍ୟାୟରେ ୪୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ। ତେବେ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଏହି ପର୍ଯ୍ୟାୟରେ ଟଙ୍କା ଆସିବ ନାହିଁ, ସେମାନେ ଆଗାମୀ ଦିନରେ ପାଇବେ।

ubhadra Yojana

ସୂଚନାଯୋଗ୍ୟ, ସୁଭଦ୍ର ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଗତମାସ ୧୭ ତାରିଖ ଦିନ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଟଙ୍କା ମିଳିଥିଲା ବୋଲି ରାଜ୍ୟ ସରକାର କହିଥିଲେ। ରାଜ୍ୟ ସରକାର ଆହୁରି ମଧ୍ୟ କହିଥିଲେ ଯେ, ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ, ବ୍ୟସ୍ତ ହୁଅନ୍ତୁ ନାହିଁ। ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ଟଙ୍କା ପହଞ୍ଚିବ। ଏଥି ପାଇଁ ୨୦୨୫ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କିସ୍ତିରେ ଟଙ୍କା ଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+