ନିଯୁକ୍ତିକୁ ନେଇ ଖୁସିଖବର! ଓଡ଼ିଶାରେ ଫାର୍ମା ସେକ୍ଟରରେ ସୃଷ୍ଟି ହେବ ୩୮ ହଜାରରୁ ଅଧିକ ଚାକିରି: ମୁଖ୍ୟମନ୍ତ୍ରୀ
ଓଡ଼ିଶା ହେବ ଫାର୍ମା ହବ୍। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ 'ଫାର୍ମା ସମ୍ମିଳନୀ'ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ ଓଡ଼ିଶାକୁ ଆଗାମୀ ଦିନରେ ଦେଶର ଏକ ପ୍ରମୁଖ ଫାର୍ମାସ୍ୟୁଟିକାଲ୍ ହବ୍ ଭାବେ ଗଢ଼ି ତୋଳାଯିବ। ଫାର୍ମା ସେକ୍ଟରରେ ନିବେଶ ପାଇଁ ସେ ଦେଶ-ବିଦେଶର ନିବେଶକଙ୍କୁ ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଫାର୍ମା ଶିଳ୍ପ ବିକାଶ ପାଇଁ ସରକାର ସମସ୍ତ ପ୍ରକାର ନୀତିଗତ ସହାୟତା, ଢାଞ୍ଚାଗତ ସୁବିଧା ଏବଂ ଏକ-ଖିଡ଼କି ସ୍ୱୀକୃତି ବ୍ୟବସ୍ଥା ଯୋଗାଇ ଦେବେ। ନିବେଶକମାନଙ୍କ ପାଇଁ ଓଡ଼ିଶା ଏକ ଉପଯୁକ୍ତ ଗନ୍ତବ୍ୟ ରାଜ୍ୟ ବୋଲି ସେ ଉଲ୍ଲେଖ କରିଛନ୍ତି।

ଏହି ଫାର୍ମା ସମ୍ମିଳନୀରେ ମୋଟ ୬,୨୬୩ କୋଟି ଟଙ୍କା ନିବେଶର ୪୫ଟି ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଥିବା ବେଳେ, ଏହା ମାଧ୍ୟମରେ ୩୮ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ମିଳିଛି। ଏହି ନିବେଶ ଓଡ଼ିଶାର ଅର୍ଥନୀତିକୁ ନୂଆ ଦିଗ ଦେବା ସହ ଯୁବମାନଙ୍କ ପାଇଁ ରୋଜଗାରର ନୂଆ ଆଶା ସୃଷ୍ଟି କରିବ।












Click it and Unblock the Notifications