ଆଜି ପୁଣି ବଢିଲା ସୁନା ଦର କମିଲା ସୂପା, ଜାଣନ୍ତୁ କେତେ
ଆଜି ସୁନା ଦର ସାମାନ୍ୟ ବୃଦ୍ଧି ଘଟିଥିବାବେଳେ ରୂପା ଦର କମିଛି। ଆଜି ୨୪ କ୍ୟାରେଟ ସୁନାର ଦାମ୍ ୧୦ଗ୍ରାମ୍ ପ୍ରତି ୪୩୦ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୬୧ହଜାର ୭୮୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୬୧ହଜାର ୩୫୦ ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍ ଆଜି ୪୦୦ ଟଙ୍କା ବୃଦ୍ଧି ଘଟିଛି। ୨୨ କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୪୮ହଜାର ୩୦୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍ ୧ଲକ୍ଷ ୪୭ହଜାର ୯୦୦ ଟଙ୍କା ରହିଥିଲା।

ଅନ୍ୟପଟେ ଆଜି ରୂପା ଦର ହ୍ରାସ ଘଟିଛି। ରୂପା ଦର ୧୦ ହଜାର ଟଙ୍କା ହ୍ରାସ ଘଟି କିଲୋଗ୍ରାମ୍ ପିଛା ୨ଲକ୍ଷ ୯୦ ହଜାର ଟଙ୍କାରେ ପହଞ୍ଚିଛି । ବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ମଧ୍ୟବିତ୍ତ ପରିବାରର ଲୋକମାନେ ଝିଅ ଓ ପୁଅ ବାହାଘରରେ ସୁନା କିଣିବାକୁ ଡରିଲେଣି । ଗତ ଦୁଇ ଦିନ ହେବ ଦର ହ୍ରାସ ହୋଇଥିବାରୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି କରିଛି ।












Click it and Unblock the Notifications