Gold Price: ପୁଣି ବଢିଲା ସୁନା, ଦିନକରେ ବଢିଗଲା ଏତିକି ଟଙ୍କା
କିଛି ଦିନର ଆଶ୍ୱସ୍ତି ପରେ ପୁଣି ବଢିଲା ସୁନା ଦର । ମେ' ୬ ଅର୍ଥାତ୍ ମଙ୍ଗଳବାର ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୮,୪୬୦ ଟଙ୍କା ରହିଛି । ଗତକାଲି ଏହା ୯୫,୭୩୦ ଟଙ୍କା ଥିଲା । ଦିନକରେ ୨,୭୩୦ ଟଙ୍କା ବୃଦ୍ଧି ପାଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୦,୨୫୦ ଟଙ୍କା ରହିଛି । ଗତକାଲି ଏହା ୮୭,୭୫୦ ଟଙ୍କା ଥିଲା । ଏଥିରେ ୨,୫୦୦ ଟଙ୍କା ବୃଦ୍ଧି ପାଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩, ୮୪୦ ଟଙ୍କା ରହିଛି । ଗତକାଲି ଏହା ୭୧,୮୦୦ ଟଙ୍କା ଥିଲା । ଏଥିରେ ୨,୦୪୦ ଟଙ୍କା ବୃଦ୍ଧି ହୋଇଛି ।
ମାତ୍ର ରୁପା ଦାମ୍ରେ ସାମାନ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୭୯୦ ଟଙ୍କା ଥିବା ବେଳେ ଗତକାଲି ଏହା ୧୦,୮୦୦ ଥିଲା । ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୮, ୪୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୦,୨୫୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୮, ୪୬୦ ଓ ୯୦,୨୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୭ ,୯୦୦ ଟଙ୍କା ହୋଇଛି ।
କେମିତି ଜାଣିବେ ସୁନାର ଶୁଦ୍ଧତା ଜାଣନ୍ତୁ...
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ 'BIS Care app'ରେ ଯାଞ୍ଚ କରିପାରିବେ ।
ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ ।
ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ'ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।
ସଠିକ୍ ଦାମ୍ରେ କେମିତି କିଣିବେ ସୁନା
ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ।
ସୁନା କିଣିବା ବେଳେ ହଲ୍ମାର୍କ ଦେଖି ସୁନା କିଣନ୍ତୁ ।
ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ ।












Click it and Unblock the Notifications