ବରଗଡରେ ସୁନା ଖଣି, GSI ସର୍ଭେରୁ ମିଳିଲା ସୁରାଗ

ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (GSI) ଏବଂ ନ୍ୟାସନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ୍ (ଏନଏମଡିସି) ଦ୍ୱାରା କରାଯାଇଥିବା ଏକ ସର୍ଭେରେ ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂତଳ ସୁନା ସଂରକ୍ଷଣ ବା ସୁନା ଖଣି ରହିଥିବା ସୁରାଗ ମିଳିଛି ।

ଭୁବନେଶ୍ୱର: ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (GSI) ଏବଂ ନ୍ୟାସନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ୍ (ଏନଏମଡିସି) ଦ୍ୱାରା କରାଯାଇଥିବା ଏକ ସର୍ଭେରେ ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂତଳ ସୁନା ସଂରକ୍ଷଣ ବା ସୁନା ଖଣି ରହିଥିବା ସୁରାଗ ମିଳିଛି ।

Gold mines

ବରଗଡ ଜିଲ୍ଲାର ପାଦାମପୁର, ପାଇକାମାଲ ଏବଂ ଝରାବନ୍ଧରେ NMDC ଦ୍ୱାରା କରାଯାଇଥିବା ପ୍ରାରମ୍ଭିକ ସର୍ବେକ୍ଷଣରେ କାଲାଭେରାଇଟ୍, ସିଲଭାନାଇଟ୍ ଏବଂ ପେଗମାଟାଇଟର ରୂପରେ ସୁନା ଥିବା ସୁରାଗ ମିଳିଥିଲା । GSI ଦ୍ୱାରା ପରବର୍ତ୍ତୀ ସର୍ଭେ ଏହି ଅଞ୍ଚଳରେ ମାଟିରେ ସୁନାର ଉପସ୍ଥିତି ନିଶ୍ଚିତ କରିଥିଲା ।

ତେବେ ଏହାର ବ୍ୟବସାୟିକ ଖନନର ସମ୍ଭାବନା ସମ୍ପର୍କରେ ପୁନର୍ବାର ଅନୁଧ୍ୟାନ ପାଇଁ ଜିଓଲୋଜିକାଲ୍‍ ସର୍ଭେ ଅଫ୍‍ ଇଣ୍ଡିଆ ନିର୍ଦ୍ଦେଶ ଦେଇଛି। ଦ୍ୱିତୀୟଥର ସର୍ଭେ ରିପୋର୍ଟ ଚଳିତବର୍ଷ ଶେଷସୁଦ୍ଧା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ଏହି ରିପୋର୍ଟ ଆଧାରରେ ଖଣିଗୁଡ଼ିକ ବ୍ୟବସାୟିକ ପାଇଁ ଉପଯୁକ୍ତ କି ନୁହେଁ, ତାହା ମଧ୍ୟ ସ୍ଥିର କରାଯିବ। ଏହାପରେ ଖଣି ଖନନ ପ୍ରକ୍ରିୟା ଆରମ୍ଭହେବ ବୋଲି ଜଣାପଡ଼ିଛି।

ବରଗଡ଼ ଜିଲ୍ଲାରେ ବିଗତ ତିନି ଦଶନ୍ଧି ହେଲା ଭଟଲିର ସୁଲୁସୁଲିଆ, ଉର୍ଦ୍ଦୁନା ଓ ଅମ୍ବାଭନା ଅଞ୍ଚଳରେ ଜିଏସ୍‍ଆଇ ପକ୍ଷରୁ ଖନନ କରାଯାଇଥିଲା। ଏପରିକି ଚାରି ଦଶନ୍ଧିତଳେ ସୁଲୁସୁଲିଆ ଡ୍ୟାମ ନିର୍ମାଣ ସମୟରେ ବାହାରୁଥିବା ହଳଦିଆ ଚକଚକ୍‍ କରୁଥିବା ମାଟିକୁ ଟ୍ରକ୍‍ ରେ ଲଦି ଅଜ୍ଞାତ ସ୍ଥାନକୁ ପଠାଯାଇଥିଲା। ସେ ସମୟରେ ସୁଲୁସୁଲିଆ ଡ୍ୟାମରୁ ସୁନା ମିଳୁଥିବା ଗୁଜବ ସୃଷ୍ଟି ହୋଇଥିଲା ଏବଂ ବରଗଡ଼ ସହରର ଅନେକ ବ୍ୟବସାୟୀ ରାତାରାତି ଧନି ହେବା ପାଇଁ ଡ଼୍ରିଲ ମେସିନ ଧରି ସମ୍ପୃକ୍ତ ସ୍ଥାନରେ ପହଞ୍ଚିଥିଲେ। ସେ ସମୟରେ ଏହାକୁ ଗୁଜବ କହି ଏଡ଼ାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଜିଓଲୋଜିକାଲ୍‍ ସର୍ଭେ ଅଫ୍‍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏରୋ ମେଗ୍‍ନେଟିକ୍‍ ସର୍ଭେ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହାର ସତ୍ୟତାକୁ ସ୍ୱୀକାର କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+