ରାଜ୍ୟର ତିନିଟି ଜିଲ୍ଲାରେ ମିଳିଛି ସୁନାଖଣିର ସନ୍ଧାନ ମିଳିଛି: ଜାଣନ୍ତୁ, କେଉଁଠି ରହିଛି କେତେ ସୁନା ?
ଓଡ଼ିଶାର ତିନିଟି ଜିଲ୍ଲାରେ ସୁନା ଖଣି ରହିଛି। ଏହି ସୁନାଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି ।

ଭୁବନେଶ୍ବର: ଓଡ଼ିଶାର ତିନିଟି ଜିଲ୍ଲାରେ ସୁନା ଖଣି ରହିଛି। ଏହି ସୁନାଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି ।
ବିଧାନସଭାରେ ସୁଧୀରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀଙ୍କ କହିଛନ୍ତି ଯେ, ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା (GSI) ରାଜ୍ୟର ତିନୋଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ ପାଇଛି । ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ ଅନୁସାରେ ରାଜ୍ୟର ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବାର ସୂଚନା ମିଳିଛି । ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ଓ ଜିଏସଆଇର ଅନୁସନ୍ଧାନରୁ ଏହା ଜଣାପଡ଼ିଛି ।
ସେ ଆହୁରି କହିଛନ୍ତି, ଦେବଗଡ଼ ଜିଲ୍ଲାର ଅଡ଼ାସ, କେନ୍ଦୁଝର ଜିଲ୍ଲାର ଗୋପୁର, ଗାଜିପୁର, କୁଶବଳା, ଅଡ଼ାଳ, ତେଲକୋଇର ସଳେଇକନା, ଡିମିରିମୁଣ୍ଡା, କରଡଙ୍ଗା ଓ ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡ଼ା, ରୁାଁସି, ଇଡେଳକୁଚା, ମାରେଡିହି, ସୁଲେଇପଟ ଓ ବାଦାମ ପାହାଡ଼ ଅଞ୍ଚଳରେ ସୁନାପଥର ଥିବା ଜଣାଯାଇଛି ।
ଦେବଗଡ ଅଡାସ ଅଞ୍ଚଳରେ ତମ୍ବାବାହି ପଥର ଜିଟୁ ସ୍ତରର ଥିବା ଜିଏସଟିଙ୍କ ଦ୍ୱାରା ଆକଳନ କରାଯାଇଛି । ଏଠାରେ ତମ୍ବାପଥର ସହିତ ୧୬୮୫କିଗ୍ରା ସୁନା ଥିବାର ସୂଚନା ରହିଛି । ଏତତ୍ ବ୍ୟତୀତ ଉକ୍ତ ଅଞ୍ଚଳରେ ତମ୍ବା ବାହି ପଥର ସହିତ ୬.୬୭ ମିଲିୟନ ଟନ୍ କପର, ୦.୬୩୮ ମିଲିୟନ ଟନ୍ ସିଲଭର ଏବଂ ୦.୧୦ ମିଲିୟନ ଟନ୍ ନିକେଲ ଥିବାର ଆକଳନ କରାଯାଇଛି ।
କେନ୍ଦୁଝର ଜିଲ୍ଲାର ତେଲକୋଇ ତହସିଲ ଅଞ୍ଚଳରେ ଅନୁସନ୍ଧାନ କରାଯାଇ ୨ଟି ସୁନାବାହୀ କ୍ୱାର୍ଟରସ ଭେନ ଥିବା ଜଣାଯାଇଥିଲା । ଏଥିରେ ୧ଗ୍ରାମ ସୁନା ୧ଟନ୍ ପଥରରେ ଥିବା ବିଶେଷ୍ଳଣରୁ ଜଣାପଡିଛି । ଗୋପୁର ନିକଟସ୍ଥ ଦକ୍ଷିଣ ପାର୍ଶ୍ୱରେ ୬୦ ମିଟର ଲମ୍ବ ଓ ୧ମି ଓସାର ଅଞ୍ଚଳରେ ରହିଛି କ୍ୱାର୍ଟରସ ଭେନ । ଏଥିରେ ୨.୫ ଗ୍ରାମରୁ ୧୦ଗ୍ରାମ ସୁନା ୧ଟନ୍ ପଥରରୁ ଥିବାର ପ୍ରାରମ୍ଭିକ ଆକଳନ କରାଯାଇଛି । ଯାହାକି ଭୂପୃଷ୍ଠରୁ ୩୦ମିରୁ ୬୦ମି ତଳେ ରହିଛି ।
ଅନ୍ୟପକ୍ଷେ ଯଶୀପୁର-ସୁରିଆଗୁଡା-ରୁଆଁସି ଅଞ୍ଚଳରେ ସର୍ବେକ୍ଷଣ କରାଯାଇଥିଲା । ଏଠାରେ ଇଡେଲକୁଚା -ମାରେଡିହି-ବାଦାମପାହାଡ ଇତ୍ୟାଦି ଅଞ୍ଚଳରେ ସୁନାବାହୀ ପଥର ରହିଛି । ଏଥିରେ ୦.୧ରୁ ୨.୬ ଗ୍ରାମ ସୁନା ଏକ ଟନ ପଥରରେ ଥିବା ଆକଳନ କରାଯାଇଛି । ସେହିପରି ଧୁସୁରା ପାହାଡରେ ୨.୩ କିମି ବ୍ୟାପି ଅଞ୍ଚଳରେ ୦.୧ରୁ ୦.୮ ଗ୍ରାମ ସୁନା ୧ ଟନ ପଥରରେ ଥିବା ଆକଳନ କରାଯାଇଛି ।












Click it and Unblock the Notifications