ଓଡ଼ିଶାରେ ମିଳିଲା ୨ଟି ସୁନା ଖଣିର ସନ୍ଧାନ

Odisha News: ଓଡ଼ିଶାରେ ୨ଟି ସୁନା ଖଣିର ସନ୍ଧାନ ମିଳିଛି ଏପରିକି ଆଗକୁ ଆଉ ୧୦ଟି ସ୍ଥାନରେ ଖଣି ଥିବାର ଅନୁମାନ କରାଯାଉଛି, ଯେଉଁଥି ପାଇଁ ଅନୁସନ୍ଧାନ ଜାରି ରହିଛି । ତେବେ ଗୋଟିଏ ସୁନା ଖଣି ଥିବା ଖଣିଜ ବ୍ଲକକୁ ନିଲାମ କରିବା ପାଇଁ ପ୍ରସ୍ତୁତି ଜାରି ରହିଛି ଏବଂ ଅମ୍ୟ ଖଣିର ମାନ ଓ ପରିମାଣ ନିର୍ଦ୍ଧାରଣ କରାଯାଇ ନାହିଁ । ଏନେଇ ଆଜି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ
ବିଭୂତିଭୂଷଣ ଜେନା ସୂଚନା ଦେଇଛନ୍ତି ।

ଆଜି ବିଧାନସଭାରେ ମନ୍ତ୍ରୀ କହିଛନ୍ତି, ଦେବଗଡ଼ ଜିଲ୍ଲାର ଆଡ଼ାସ-ରାମପାଲ୍ଲୀ ଅଞ୍ଚଳରେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ତିଆ ଦ୍ୱାରା ତମ୍ବାପଥର ପାଇଁ ଜି- ସ୍ତରରେ ଅନ୍ୱେଶଣ ବେଶେ ସୁନା ଖଣି ବିଷୟରେ ସୂଚନା ମିଳିଥିଲା । ଉକ୍ତ ସ୍ଥାନରେ ସୁନା ଥିବା ଜାଣିବା ପରେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

Gold Mines

ଏହି ଅଞ୍ଚଳରେ ୦.୯୦ ନିୟୁତ ସୁନା ଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ସୁନା ଖଣିଗୁଡ଼ିକ ଉତ୍ତୋଳନ କରି ଏକ ପ୍ରୋସେସିଂ ୟୁନିଟ୍ ଖୋଲିବା ପାଇଁ ବର୍ତ୍ତମାନ ସରକାରଙ୍କ କୌଣସି ଯୋଜନା ନାହିଁ ମନ୍ତ୍ରୀ ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+