Get Updates
Get notified of breaking news, exclusive insights, and must-see stories!

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅପରାଧୀ କମିସନରେଟ୍ ପୁଲିସକୁ ଚ୍ୟାାଲେଞ୍ଜ୍ ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଡକାୟତି ହୋଇଛି। ବିଳମ୍ବିତ ରାତିରେ ନୟାପଲ୍ଲୀ ଭିଆଇପି ଏରିଆ ସ୍ଥିତ ତାଙ୍କ ଘରେ ପଶି ଡକାୟତ ନଗଦ ଟଙ୍କା ଏବଂ ଅଳଙ୍କାର ଲୁଟି ନେଇଛନ୍ତି।

ସୂଚନା ମୁତାବକ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରର ଉପର ମହଲାରେ ତାଙ୍କ ପୁଅ ବହୂ ରୁହନ୍ତି । ଉକ୍ତ ମହଲାରୁ ହେଲା ଲୁଟ୍‌ । ଜଣେ ଦୁର୍ବୃତ୍ତ ପାଚେରୀ ଡେଇଁ ଘରେ ପଶିଥିଲା । ଘର ଭିତରକୁ ପଶି ପ୍ରଥମେ ସିସିଟିଭିକୁ ଅନ୍ୟ ଆଡ଼େ ବୁଲେଇ ଦେଇ ଘରେ କଳାକନା ବୁଲାଇଥିଲା । ପୁଅ ବୋହୂ ରହୁଥିବା ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟ୍‌ କରି ନେଇଥିଲା । ଘରୁ ଚୋରି ହୋଇଥିବା ବିଷୟରେ ଜାଣିବା ପରେ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ତଦନ୍ତ ଚଳାଇଛି । ତେବେ ଲୁଟେରାମାନେ ପ୍ରଫେସନାଲ ଚୋର ହୋଇଥିବା ସନ୍ଦେହ କରାଯାଉଛି ।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଦ୍ୱିତୀୟ ମହଲାରେ ମୋର ବଡ଼ ପୁଅ,ବୋହୂ ଓ ମୋର ୨ ପୁଅ ରୁହନ୍ତି। ସେହି ଘରେ ଚୋରି ହୋଇଛି। ଚୋରମାନେ ବିଳମ୍ବିତ ରାତି ପ୍ରାୟ୨ଟା ସମୟରେ ଘରେ ପଶିଥିଲେ। ଯେଉଁ ଚୋର ଚୋରି କରିଛି ସେ ପ୍ରଫେସନାଲ ଚୋର। ଚୋରଟି ହାତରେ ଗ୍ଲୋବ ପିନ୍ଧିଥିଲା ଓ ମୁହଁରେ କଳାପଟି ବାନ୍ଧିଥିଲା।

niranjan pattnaik

ନିରଞ୍ଜନ ଆହୁରି କହିଛନ୍ତି, ଚୋରି ସମୟରେ ମୋର ବଡ଼ ପୁଅ,ବୋହୂ ନଥିଲେ। ମୋ ୨ନାତି ବଡ଼ ଭାଇ ଘରକୁ ଯାଇଥିଲେ। ରାତି ୨ଟା ସମୟରେ ସେମାନେ ଫେରିଥିଲେ। ସେହି ସମୟରେ ଚୋର ଘରେ ଥିଲା। ପରେ ଚୋରଟି ବଡ଼ ପୁଅ ରୁମରୁ ଟଙ୍କା ଓସୁନା ନେଇ ଝରକା ଡେଇଁ ଚମ୍ପଟ ମାରିଥିଲା। ସିକ୍ୟୁରିଟି ଢୁଳାଉଥିଲା, ସେଥିପାଇଁ ଚୋରମାନେ ଘରେ ପଶିଗଲେ ବୋଲି ନିରଞ୍ଜନ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+