ଆଜି ପୁଣି ବଢିଲା ସୁନା

ଗତକାଲି ସୁନା ଏବଂ ରୂପା ଦର ଅପରିବର୍ତ୍ତିତ ଥିବାବେଳେ ଆଜି ସାମନ୍ୟ ବୃଦ୍ଧି ଘଟିଛି। ଆଜି ୨୪କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ୍‌ ପ୍ରତି ୨୦୭୦ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୬୧ହଜାର ୩୫୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୫୯ହଜାର ୨୮୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍‌ ଆଜି ୧୯୦୦ ଟଙ୍କା ବୃଦ୍ଧି ଘଟିଛି। ୨୨କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୪୭ହଜାର ୯୦୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍‌ ୧ଲକ୍ଷ ୪୬ହଜାର ଟଙ୍କା ରହିଥିଲା।

Gold prices

ଅନ୍ୟପଟେ ରୂପା ଦର ମଧ୍ୟ ବୃଦ୍ଧି ଘଟିଛି। ରୂପା ଦର ୧୦ ହଜାର ଟଙ୍କା ବୃଦ୍ଧି ଘଟି କିଲୋଗ୍ରାମ୍‌ ପିଛା ୩ଲକ୍ଷ ଟଙ୍କାରେ ପହଞ୍ଚିଛି । ଗବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ମଧ୍ୟବିତ୍ତ ପରିବାରର ଲୋକମାନେ ଝିଅ ଓ ପୁଅ ବାହାଘରରେ ସୁନା କିଣିବାକୁ ଡରିଲେଣି । ଗତ ଦୁଇ ଦିନ ହେବ ଦର ହ୍ରାସ ହୋଇଥିବାରୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+