ଧରାପୃଷ୍ଠକୁ ଧରାବତଣ କରିବେ ଧନଦାତ୍ରୀ ମା' ଲକ୍ଷ୍ମୀ; ପଦ୍ମହସ୍ତା କମଳାଙ୍କୁ ସ୍ବାଗତ ନେଇ ଚଳଚଞ୍ଚଳ ହୋଇ ଗାଁଠୁ ସହର

ପଦ୍ମାଳୟା ପଦ୍ମକରାଂ ପଦ୍ମପତ୍ର ନିଭେକ୍ଷଣାମ୍ ବନ୍ଦେ ପଦ୍ମମୁଖୀଂ ପ୍ରିୟାମ୍ୟହମ୍.... ଚାଲିଛି ପାର୍ବଣ ଋତୁ । ଜଗତଜନନୀଙ୍କ ମା' ଦୁର୍ଗାଙ୍କ ମେଲାଣି ପରେ ଧରାପୃଷ୍ଠକୁ ଧରାବତଣ କରିବେ ଧନଦାତ୍ରୀ ମା' ଲକ୍ଷ୍ମୀ । ଆଜି ଗଜଲକ୍ଷ୍ମୀ ପୂଜା । ଓଡିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ହେଉଛି ଗଜଲକ୍ଷ୍ମୀ ପୂଜା । ପଦ୍ମହସ୍ତା କମଳାଙ୍କୁ ସ୍ବାଗତ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ସୁଖ, ସମୃଦ୍ଧି, ସୌଭାଗ୍ୟ, ସୁଖ୍ୟାତି ଓ ଐଶ୍ବର୍ଯ୍ୟର ଭଣ୍ଡାର ନେଇ ବିରାଜିବ ମାଆ, ଲକ୍ଷ୍ମୀ ।

ଘଣ୍ଟ ଘଣ୍ଟା, ଶଙ୍ଖନାଦରେ କମ୍ପିବ ଗଗନ ପବନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ କୋରୋନା କଟକଣା ମୁକ୍ତ ପୂଜା ପାଇଁ ଅନୁମତି ମିଳିବା ପରେ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଭରି ରହିଛି । କେଉଁଠି 10 ଦିନ ତ କେଉଁଠି 7 ଦିନ ଧରି ପୂଜା ପାଇବେ ମା' ଲକ୍ଷ୍ମୀ । ରାଜଧାନୀ ଭୁବନେଶ୍ବରଠୁ ନେଇ ଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳରେ ଜୋରଦାର ପ୍ରସ୍ତୁତି ହୋଇଛି ।

Goddess Lakshmi puja today

ସାଧାରଣତଃ ଓଡିଆ ପରମ୍ପରାରାରେ ମା' ଲକ୍ଷ୍ମୀଙ୍କୁ ପୂଜା କଲେ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ମା'ଲକ୍ଷ୍ମୀଙ୍କୁ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ମଧ୍ୟ କୁହାଯାଏ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରାମାୟଣ ମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ଏଥିପାଇଁ ତାଙ୍କୁ ସମୁଦ୍ର କନ୍ୟା ମଧ୍ୟ କୁହାଯାଏ । ଓଡିଶାର ବିଭିନ୍ନ ସ୍ଥାନରେ ଏହି ପୂଜା ବେଶ ଧୂମଧାମରେ କରାଯାଏ । ବିଶେଷ କରି ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ପୂଜା ପ୍ରସିଦ୍ଧ । ଲକ୍ଷ୍ମୀପୂଜା ଆସିଲେ ଢେଙ୍କାନାଳ ସହରକୁ ଲୋକଙ୍କ ସୁଅ ଛୁଟେ । ଚିକିମିକି ଆଲୁଅରେ ସହର ଝଲସି ଉଠୁଥିବା ବେଳେ ପୂଜାମଣ୍ଡପ ଗୁଡିକରେ ଲୋକଙ୍କ ଭିଡ ଜମିଥାଏ ।

ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା...

ମହାଲକ୍ଷ୍ମୀଙ୍କ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଛି ଢେଙ୍କାନାଳ । ଏହା ପଛରେ ଐତିହାସିକ କାରଣ ରହିଛି । ଢେଙ୍କାନାଳ ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ ବୈଷ୍ଣବ ମଠ ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ବୃନ୍ଦାବନ ମନ୍ଦିର, ବୃନ୍ଦାବନଚନ୍ଦ୍ର ମନ୍ଦିର, କପିଳାସର ନାରାୟଣ ମନ୍ଦିର, ନୃସିଂହ ଓ ଲକ୍ଷ୍ମୀମୂର୍ତ୍ତି ପ୍ରତିଷ୍ଠା, ଚୈତନ୍ୟଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କ ଦ୍ଵାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୂଜାର ପରମ୍ପରା ଏଠାରେ ଗଢିଉଠିଥିଲା । ପ୍ରଥମ ଥର ପାଇଁ ଢେଙ୍କାନାଳରେ ୧୯୨୩ ମସିହାରେ କୁଞ୍ଜସାହୁ ଛକ (ବର୍ତ୍ତମାନର ଗଣେଶ ବଜାର) ଠାରେ ପୂଜା ଆରମ୍ଭ ହୋଇଥିଲା ।

ଆଜି ସନ୍ଧ୍ୟାରୁ ପୂଜା ଆରମ୍ଭ ହେବ। ପ୍ରଥମେ ମା'ଙ୍କ ମୁଖ ଖୋଲାଯାଇ ଚକ୍ଷୁଦାନ କରାଯିବ । ସକାଳୁ କଳସ ଯାତ୍ରା କରାଯାଇ କଳସକୁ ମଣ୍ଡପରେ ସ୍ଥାପନ କରାଯିବ । ଏହାପରେ ମା'ଙ୍କୁ ଆବାହନ କରାଯାଇ ମୁଖ ଖୋଲାଯାଇ ଚକ୍ଷୁ ଦାନ କରାଯିବ । ପରେ ଆଳତୀ ଓ ପୁଷ୍ପାଞ୍ଜଳି ଦିଆଯିବ। ଏହାପରେ ମା' ଅନ୍ନପୂର୍ଣ୍ଣାଙ୍କ ପାଖରେ ବ୍ୟଞ୍ଜନ ଭୋଗ ଲାଗି ହୋଇଥାଏ । ଚଳିତ ବର୍ଷ କୋରୋନା କଟକଣା ମୁକ୍ତ ପୂଜା ହେଉଥିବାରୁ ପ୍ରବଳ ଜନସମାଗମ ହେବ । ଏନେଇ ପ୍ରଶାସନ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ପୂର୍ଣ୍ଣ ଚନ୍ଦ୍ରର ଶୁଭ୍ର ଆଲୋକମାଳାରେ ଆଶିଷ ବାଢ଼ିବା ପାଇଁ ଧରାକୁ ଓହ୍ଲାଇବେ ମା' ଗଜଲକ୍ଷ୍ମୀ। ମା'ଙ୍କୁ ଆବାହନ କରିବା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ବିଭିନ୍ନ ସଂଗଠନ ଓ କ୍ଲବ୍‌ ପକ୍ଷରୁ ସ୍ବତନ୍ତ୍ର ପୂଜା ମଣ୍ଡପରେ ମା' ବିରାଜମାନ କରିବେ। ୨୦ରୁ ଊର୍ଧ୍ବ ପୂଜା ମଣ୍ଡପରେ ମା' ଗଜଲକ୍ଷ୍ମୀଙ୍କୁ ଆବାହନ କରାଯିବ। ଆସନ୍ତାକାଲି କଳସ ଅଧିବାସ ପରେ ସନ୍ଧ୍ୟାରେ ମା'ଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ।

କିଛି ପୂଜା ମଣ୍ଡପରେ ପାଞ୍ଜି ମୁତାବକ ବିଳମ୍ବିତ ରାତିରେ ପୂଜା କରାଯିବା ନେଇ ସୂଚନା ମିଳିଛି। ପ୍ରାଣ ପ୍ରତିଷ୍ଠା, ଷୋଡ଼ଶ ଉପଚାର ପୂଜା, ମଣ୍ଡଳ ଦେବତା ପୂଜନ, ହବନ ଆରତି ଆଦି ଅନୁଷ୍ଠିତ ହେବ। ବିଶେଷକରି ବାଲିସାହି ବଜାର, କାଳିକା ଦେବୀ ସାହି, ଚୁଡ଼ଙ୍ଗ ସାହି ଭାଗବତ ଟୁଙ୍ଗି, କାକୁଡ଼ିଖାଇ ଛକ, ଗୁଣ୍ଡିଚା ମନ୍ଦିର ସମ୍ମୁଖ, ଖଡ଼ିପଦା, ଚାରିନଳାଠୁ ନେଇ ବିଭିନ୍ନ ସ୍ଥାନରେ ମା' ପୂଜା ମଣ୍ଡପରେ ବିଜେ କରିବେ। ଗଜଲକ୍ଷ୍ମୀ ପୂଜା ଅବସରରେ ମଧ୍ୟ ରାଜ୍ୟ ସରକାର ସମାନ ମାର୍ଗଦର୍ଶିକା ଅନୁକରଣ କରିବାକୁ ନିର୍ଦେଶ ଦେଇଛନ୍ତି।

ତେଣୁ କେବଳ ବିଧି ରକ୍ଷା ପାଇଁ ପୂଜା କରାଯିବ। ଅଧିକାଂଶ ପୂଜା ମଣ୍ଡପରେ ବିଳମ୍ବିତ ରାତିରେ ମା' ଦର୍ଶନ ଦେବେ ‌ବୋଲି ପୂଜା ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। କିଛି ପୂଜା ମଣ୍ଡପରେ ମା' ତାରକସୀ ଅଳଙ୍କାରେ ଆଚ୍ଛାଦିତ ହେବେ। ଗଜଲକ୍ଷ୍ମୀ ପୂଜା ଯୋଗୁଁ ଲୋକେ ପାର୍ବଣ ମୁଖର ‌ଥିବା ବେଳେ ଆଜି ମାର୍କେଟ୍‌ରେ ବିପୁଳ ଭିଡ଼ ଦେଖିବାକୁ ମିଳିଛି। ଏଣେ ପୂଜା ବଜାରରେ ବିଭିନ୍ନ ପୋଷାକ ଉପରେ ରିହାତି ଯୋଗାଇ ଦିଆଯାଇଛି।

କୁମାର ପୂର୍ଣ୍ଣିମା କେଉଁଦିନ ପାଳନ ହେବ, ସେନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କିଛି କ୍ୟାଲେଣ୍ଡରରେ କୁମାର ପୂର୍ଣ୍ଣିମା ୭ ତାରିଖରେ ଉଲ୍ଲେଖ ରହିଛି। ମାତ୍ର ପଞ୍ଜିକାରେ ୬ ତାରିଖରେ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ଉଲ୍ଲେଖ ରହିଛି। ତେଣୁ ପରିବାରରେ କୁଆଁରୀ ଝିଅମାନେ କେଉଁଦିନ କୁମାର ପୂର୍ଣ୍ଣିମା ପାଳନ କରିବେ ସେ ନେଇ ଭ୍ରମରେ ରହି ଜ୍ୟୋତିର୍ବିଦଙ୍କ ସହଯୋଗ ଲୋଡ଼ୁଛନ୍ତି। ଏ ସଂପର୍କରେ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି ଯେ କିଛି କ୍ୟାଲେଣ୍ଡରରେ ବିଭ୍ରାନ୍ତି ଯୋଗୁଁ ପୂଜା ପାର୍ବଣ ବେଳେ ଏଭଳି ଦ୍ବନ୍ଦ୍ବ ଉପୁଜୁଛି। ତେବେ କୁମାର ପୂର୍ଣ୍ଣିମା ସଂକ୍ରାନ୍ତରେ ପଞ୍ଜିକାରେ କୌଣସି ତ୍ରୁଟି ନାହିଁ। ପଞ୍ଜିକା ମୁତାବକ, ୬ ତାରିଖରେ କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜା ପାଳନ ହେବ। ମାତ୍ର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ରହିଥିବା ଯୋଗୁଁ ୭ ତାରିଖରେ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ନୀତିକାନ୍ତି ପାଳନ ହେବ। ସେହିଦିନ ସୁଦର୍ଶନ ବିଜେ ନୀତି ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ୬ ତାରିଖ ଦିନ ଘରମାନଙ୍କରେ କୁମାରପୂର୍ଣ୍ଣମୀ ବ୍ରତ, ପୂଜା, ଆଞ୍ଜଳି ଟେକା, ଗଜଲକ୍ଷ୍ମୀ ପୂଜା ପାଳନ କରାଯିବ। ୭ ତାରିଖରେ ମହାକାର୍ତ୍ତିକ ବ୍ରତ ପାଳନ ହେଉଛି ଓ ପ୍ରତିପଦା ଆରମ୍ଭ ହେଉଥିବାରୁ ୬ ତାରିଖରେ ହିଁ କୁମାର ପୂର୍ଣ୍ଣିମା ପର୍ବ ଘର ମଧ୍ୟରେ ପାଳନ କରାଯିବା ବିଧେୟ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+