ଜୁଆ ଖେଳରେ ବାଜି ଲାଗିଥିବା ଛେଳି ଥାନାରେ ଅଟକ

ଥାନାରେ ବନ୍ଧା ପଡ଼ିଛି ଛେଳି । ପୁଲିସ ଭ୍ୟାନରେ ଆଣି ଥାନା ପରିସରରେ ଛେଳିକୁ ବାନ୍ଧି ରଖିଛି ପୁଲିସ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମଡେଲ ଥାନାରେ । ମାଲାକନଗିରି ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ା ଅଞ୍ଚଳରେ କୁକୁଡ଼ା ଲଢ଼େଇ ସାଙ୍ଗକୁ ଜୁଆ ଆଡ୍ଡା ଚାଲୁଥିବା ଖବର ପାଇ ଚଢ଼ାଉ କରିଥିଲା ମାଲାକନଗିରି ପୁଲିସ ।

Goat

ମାଲକାନଗିରି ଏସଡିପିଓ ଦିବ୍ୟ ଦଳେଇଙ୍କ ନେତୃତ୍ୱରେ ଟିମ୍ ଚଢ଼ାଉ କରିଥିବାବେଳେ ପୁଲିସକୁ ଦେଖି ଲୋକେ ଦୌଡ଼ି ପଳାଇଥିଲେ । ତେବେ ରୋଚକ କଥା ହେଉଛି ୨୦ ହଜାର ଟଙ୍କା ବିନିମୟରେ ଛେଳିକୁ ବାଜିରେ ଲଗାଯାଇଥିବା ବେଳେ ଛେଳିଟିକୁ ଜବତ କରି ପୁଲିସ ଥାନାକୁ ଆଣିଛି । ଏଥିସହ ଜୁଆ ଆଡ୍ଡାରୁ ପ୍ରାୟ ୮ଟି ମୋଟର ସାଇକଲ, ଜେନେରେଟର, ମାଇକ୍ ସେଟ୍ ଆଦି ଜବତ କରିଛି ମାଲକାନଗିରି ପୁଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+