ଗୋଆ ଫିଲ୍ମ ଫେଷ୍ଟିଭାଲ୍ ଉଦ୍ଯାପିତ: ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର
ଗୋଆରେ ଚାଲିଥିବା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ(ଆଇଏଫଏଫଆଇ ୨୦୨୫) ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ୯ ଦିନ ଧରି ଚାଲିଥିବା ଏହି ୫୬ ତମ ଆଇଏଫଏଫଆଇରେ ବିଶ୍ବର ଅନେକ ଚଳଚ୍ଚିତ୍ର ନିର୍ମାତା ଓ କଳାକାର ସାମିଲ ହୋଇଥିଲେ।
ଉଦ୍ଯାପନ ଉତ୍ସବରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗନ୍ ସାମିଲ ହୋଇଥିଲେ। ଏହି ଅବସରରେ ରଜନୀକାନ୍ତଙ୍କୁ ଭାରତୀୟ ସିନେମାରେ ୫୦ ବର୍ଷ ପୂରଣ କରିବା ନେଇ ଜୀବନ ବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସମ୍ମାନିତ ପରେ ରଜନୀକାନ୍ତ କହିଥିଲେ ଯେ 'ମୋ କାମକୁ ପ୍ରଶଂସା ଓ ସମ୍ମାନିତ କରିଥିବାରୁ ଦେଶର ସରକାରଙ୍କୁ ଧନ୍ୟବାଦ। ସିନେମା ଓ ଅଭିନୟ ପ୍ରତି ପ୍ରେମଭାବ ଯୋଗୁଁ ମୋତେ ଏଭଳି ଲାଗେ। ଏଥିପାଇଁ ମୁଁ ୧୦୦ ଥର ଜନ୍ମ ନେଲେ ମଧ୍ୟ ପୁଣି ଅଭିନେତା ରଜନୀକାନ୍ତ ରୂପେ ଜନ୍ମ ନେବାକୁ ଚାହିଁବି।













Click it and Unblock the Notifications