ଶ୍ରୀ ମନ୍ଦିରରେ ଗୋଆ ମୁଖ୍ୟମନ୍ତ୍ରୀ, ଜଗାକୁ ଦେଖି ସାୱନ୍ତ ହେଲେ ଭାବବିହ୍ୱଳ
ପୁରୀ: ଶୀ ମନ୍ଦିର ଆସି କାଳିଆ ଠାକୁରଙ୍କୁ ଦର୍ଶନ କରିଲେ ଗୋଆ ମୁଖ୍ୟମନ୍ତ୍ରୀ । ଆଜି ସକାଳେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଙ୍କ ଦର୍ଶନ ସହ ସାନିଧ୍ୟ ଲାଭ କରିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଂଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବା ସହ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ମଧ୍ୟକୁ ନିଆଯାଇଥିଲା ।
ତେବେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରଥମେ ପତିତପାବନଙ୍କୁ ଦର୍ଶନ କାରି ବାଇଶି ପାହାଚ ଦେଇ ରତ୍ନସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ମନ ବହୁତ ପ୍ରସନ୍ନ ହୋଇଛି । ପ୍ରଧନମନ୍ତ୍ରୀ ଦେଖିଥିବା ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲି । ବିକଶିତ ଭାରତର ସ୍ୱପ୍ନ ସାକାର ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ ।

ଦୀର୍ଘ ବର୍ଷ ପରେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ବେଶ ଭାବବିହ୍ୱଳ ହୋଇଛନ୍ତି ସାୱନ୍ତ । ଗୋଆର ଅର୍ଥନୀତିର ବିକାଶ ସହ ଗୋଆ ଅଧିବାସୀଙ୍କ ପାଇଁ ମହାପ୍ରଭୁଙ୍କ ନିକଟରେ ମଙ୍ଗଳ କାମନା କରିଛନ୍ତି ବୋଲି ସେ କହିଛନ୍ତି । ଏହାପରେ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରସ୍ଥାନ କରିବା ସହ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ।












Click it and Unblock the Notifications