ସପ୍ତାହେ ଘୁଞ୍ଚିଲା ଟିକାର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା, ୪ ତାରିଖରେ ପୁଣି ହେବେ ନୂଆ ଟେଣ୍ଡର
କରୋନା ଟିକା କିଣିବା ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ତାରିଖ 7 ଦିନ ଘୁଞ୍ଚାଯାଇଛି । ବାତ୍ୟା ପାଇଁ ବିଭିନ୍ନ ଭେଣ୍ଡର ଅନୁରୋଧ କ୍ରମେ ଟେଣ୍ଡର ଘୁଞ୍ଚିଲା ।
ଭୁବନେଶ୍ୱର: କରୋନା ଟିକା କିଣିବା ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ତାରିଖ 7 ଦିନ ଘୁଞ୍ଚାଯାଇଛି । ବାତ୍ୟା ପାଇଁ ବିଭିନ୍ନ ଭେଣ୍ଡର ଅନୁରୋଧ କ୍ରମେ ଟେଣ୍ଡର ଘୁଞ୍ଚିଲା । ଆସନ୍ତା ଜୁନ୍ ୪ ତାରିଖରେ ପୁଣି ଥରେ ଟେଣ୍ଡର ଖୋଲିବ ।

ବଜାରରୁ ଟିକା କିଣିବା ଲାଗି ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିଲେ। ଏଥିରେ ବିଦେଶର ଅନେକ ଟିକା ଉତ୍ପାଦନକାରୀ କମ୍ପାନୀ ଅଂଶଗ୍ରହଣ କରିଥିଲେ। ଆଜି ପୂର୍ବାହ୍ନ ୧୧ଟାରେ ଟେକ୍ନିକାଲ୍ ବିଡ୍ ଖୋଲାଯିବାର ଥିଲା। ଏହା ପରେ ଫାଇନାନ୍ସିଆଲ୍ ବିଡ୍ ଖୋଲା ଯାଇଥା'ନ୍ତା। ହେଲେ ସରକାରଙ୍କ ପକ୍ଷରୁ ଏହାକୁ ଆଉ ୭ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି।












Click it and Unblock the Notifications