ଖୋର୍ଦ୍ଧାରେ ହେବ କାଚ କାରଖାନା ; ସୃଷ୍ଟି ହେବ ୧୪ ହଜାର ନିଯୁକ୍ତି ସୁଯୋଗ

ଖୋର୍ଦ୍ଧା ଜିଲ୍ଲାରେ ହେବ କାଚ କାରଖାନା । ଶାଲିମାର ଗ୍ଲାସ୍ ୱାର୍କସ୍‌ ପକ୍ଷରୁ ୫୩୦.୯୮ କୋଟି ଟଙ୍କା ବିନିଯୋଗରେ ଏହି କାରଖାନା ନିର୍ମାଣ କରାଯିବ ।

ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷ ବୈଠକରେ ଏହି ପ୍ରକଳ୍ପ ସମେତ ୪,୨୨୨.୨୪ କୋଟି ଟଙ୍କାର ୨୫ଟି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ କାର୍ୟ୍ୟକ୍ଷମ ହେଲେ ରାଜ୍ୟରେ ୧୪,୪୯୭ ନିଯୁକ୍ତି ସୁ‌ଯୋଗ ସୃଷ୍ଟି ହେବ । ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଗଞ୍ଜାମ, ଖୋର୍ଦ୍ଧା, ନବରଙ୍ଗପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ପୁରୀ ଓ କନ୍ଧମାଳରେ ସ୍ଥାପନ କରାଯିବ । ବୈଠକରେ ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

glass factory in Khurda

ପାନୀୟ ବୋତଲ ଜଗତର ଅଗ୍ରଣୀ ସଂସ୍ଥା ବିସ୍‌ଲେରି ଇଣ୍ଟରନ୍ୟାସନାଲ୍‌ ଖୋର୍ଦ୍ଧାରେ ୧୬୫ କୋଟି ଟଙ୍କା ନିବେଶ କରି ଏକ ପାନୀୟ କାରଖାନା ସ୍ଥାପନ କରିବ। ଶ୍ୟାମ ମେଟାଲିକ୍ସ ସ୍ପେସିଆଲିଟି ଅଲୟଜ୍‌ ପକ୍ଷରୁ ସମ୍ବଲପୁରରେ ୭୧୦.୫୦ କୋଟି ଟଙ୍କା ନିବେଶରେ ଏକ ଟାଇଟାନିୟମ୍ ସ୍ଲାଗ୍ କାରଖାନା ନିର୍ମାଣ କରାଯିବ। ଗଞ୍ଜାମରେ ହେଟ୍ରୋ ଲ୍ୟାବ୍‌ସ ପକ୍ଷରୁ ୭୦୦ କୋଟି ଟଙ୍କା ନିବେଶରେ ଏକ ଔଷଧ ତିଆରି କାରଖାନା ବସାଯିବ।

ବିରେନ୍ଦ୍ର ହୋଟେଲ୍‌ସ ଆଣ୍ଡ୍‌ ବାଙ୍କୁଏଟ୍‌ସ ଓ ତଭସା ହସ୍ପିଟାଲିଟି ପକ୍ଷରୁ ଖୋର୍ଦ୍ଧାରେ, ଜଗନ୍ନାଥ କର୍ପୋରେସନ୍ ପ୍ରୋଜେକ୍ଟସ୍‌ ପୁରୀରେ ଓ କିଟ୍ ହସ୍ପିଟାଲିଟି ତରଫରୁ କନ୍ଧମାଳରେ ନୂଆ ତାରକା ହୋଟେଲ୍‌ ନିର୍ମାଣ କରାଯିବ। ଶୋଭା ସୋଲାର୍ ଅନୁଗୁଳରେ ୩୮୦ କୋଟି ଟଙ୍କା ନିବେଶରେ ଏକ ସୋଲାର୍ ସେଲ୍‌ କାରଖାନା ବସାଇବ। ଆଦିସ୍ତମ ଭେଞ୍ଚର୍ସ ଓ ଅନୁଭବ ଆପାରେଲ୍‌ସ ପକ୍ଷରୁ ଖୋର୍ଦ୍ଧାରେ ପୋଷାକ ଉତ୍ପାଦନ କରାଯିବ।

ଗଣେଶ ଇକୋପେଟ୍, ରାରିଆନ୍ ଫ୍ଲୁଇଡ୍‌-ଟେକ୍‌, ଟେକ୍ନ‌ୋପ୍ଲାଷ୍ଟ ପ୍ୟାକେଜିଂ ଓ ସୁପ୍ରିମ୍‌ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଆର୍‌ପିଇଟି ଓ ପିଭିସି କାରଖାନା ସ୍ଥାପନ କରାଯିବ। ସ୍ବାଜି ନ୍ୟୁଟ୍ରିସନାଲ୍ସ ଖୋର୍ଦ୍ଧାରେ ଏକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନରେ ୪୩୩.୪୧ କୋଟି ଟଙ୍କା ନିବେଶ କରିବ
ଲୁମିନୋ ଇଣ୍ଡଷ୍ଟ୍ରିଜ୍ ଝାରସୁଗୁଡ଼ାରେ ଏକ ଆଲୁମିନିୟମ୍ କଣ୍ଡକ୍ଟର ଓ କେବୁଲ୍ ଉତ୍ପାଦନ କାରଖାନା ବସାଇବ। କେଏସ୍‌ଇ ଇଲେକ୍ଟ୍ରିକାଲ୍‌ସ ଖୋର୍ଦ୍ଧାରେ ୮୫.୫୦ କୋଟି ଟଙ୍କା ନିବେଶ କରିବ ।

ରବର୍‌ କନ୍‌ଭେୟର ଓ ଟ୍ରାନ୍ସମିସନ୍ ବେଲ୍‌ଟ କାରଖାନା ନିର୍ମାଣ ଲାଗି ସେଞ୍ଚୁରି ଇଣ୍ଡଷ୍ଟ୍ରିଆଲ୍ ପ୍ରଡକ୍ଟସ୍ ୧୧୦ କୋଟି ଟଙ୍କା ନିବେଶ କରିବ।
ରିଲାଏନ୍ସ ବାୟୋ ଏନର୍ଜି ବରଗଡ଼ରେ ୧୨୧.୨୧ କୋଟି ଟଙ୍କା ନିବେଶରେ ଏକ ବାୟୋଗ୍ୟାସ୍ କାରଖାନା ବସାଇବ । ଉତ୍କଳ ହା‌ଇଡ୍ରୋକାର୍ବନ୍ ଝାରସୁଗୁଡ଼ାରେ, ଲାବନ୍ୟବତୀ ମିନେରାଲ୍‌ସ ସୁନ୍ଦରଗଡ଼ରେ, ମା ଦୁର୍ଗା କୋଲ୍‌ ଆଣ୍ଡ୍‌ ମିନେରାଲ୍‌ସ ଝାରସୁଗୁଡ଼ାରେ ପ୍ରକଳ୍ପ ସ୍ଥାପନ କରିବେ। ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍‌ ଅନୁଗୁ‌ଳରେ ଫ୍ରେଟ୍‌ ଟର୍ମିନାଲ୍ କରିବ ।ତରଙ୍ଗିନୀ ଡିଷ୍ଟିଲାରି ଗଞ୍ଜାମରେ ଏକ ଇଥାନଲ୍ କାରଖାନା ବସାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+