ଗାଁ ରାଜନୀତିରେ ଗ୍ଲାମର ଗାର୍ଲ, ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ସୁନ୍ଦରୀ ପ୍ରିୟଙ୍କା ନନ୍ଦ
ଗାଁ ରାଜନୀତିରେ ଗ୍ଲାମର ଗାର୍ଲ । ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ସୁନ୍ଦରୀ ପ୍ରିୟଙ୍କା ନନ୍ଦ । ମଡେଲିଂ ଦୁନିଆରେ ଭଲ କ୍ୟାରିୟର କରିଥିବା ବଲାଙ୍ଗିରର ପ୍ରିୟଙ୍କା ନନ୍ଦ ଏବେ ରାଜନୀତିରେ ପାଦ ଥାପିଛନ୍ତି ।
ବଲାଙ୍ଗିର: ଗାଁ ରାଜନୀତିରେ ଗ୍ଲାମର ଗାର୍ଲ । ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ସୁନ୍ଦରୀ ପ୍ରିୟଙ୍କା ନନ୍ଦ । ମଡେଲିଂ ଦୁନିଆରେ ଭଲ କ୍ୟାରିୟର କରିଥିବା ବଲାଙ୍ଗିରର ପ୍ରିୟଙ୍କା ନନ୍ଦ ଏବେ ରାଜନୀତିରେ ପାଦ ଥାପିଛନ୍ତି । ଚୂଡାପାଲି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ପ୍ରିୟଙ୍କା ।

ଭୋପାଳରେ ପାଠ ପଢିବା ସହ ମଡେଲିଂ ଦୁନିଆରେ ନିଜକୁ ବେଶ୍ ପ୍ରତିଷ୍ଠିତ କରିପାରିଛନ୍ତି ବଲାଙ୍ଗିରର ଏହି ଝିଅ । ଫ୍ଲିପକାର୍ଟ, ଆମାଜନ୍, ନାୟିକା, ମାନ୍ୟବର ଭଳି ନାମୀଦାମୀ କମ୍ପାନୀରେ ମଡେଲିଂ କରିସାରିଛନ୍ତି ପ୍ରିୟଙ୍କା ନନ୍ଦ । ହେଲେ ଗାଁର ବିଭିନ୍ନ ସମସ୍ୟା ତାଙ୍କୁ ଗ୍ଲାମର ଦୁନିଆ ଓ ମେଟ୍ରୋ ସିଟିରୁ ଟାଣି ଆଣିଛି ।
ପ୍ରିୟଙ୍କା ରାଜ୍ୟ ବାହାରେ ବିଭିନ୍ନ ସୁନ୍ଦରୀ ପ୍ରତିଯୋଗିତା ଜିତିଛନ୍ତି। ପ୍ରାଥମିକ ଶିକ୍ଷା ପରେ ବାହାରେ ରହି ପାଠ ବଢୁଥିଲେ। ଉଚ୍ଚ ଶିକ୍ଷା ପରେ ପ୍ରିୟଙ୍କା ୨୦୧୫ ମସିହାରେ ମଡେଲିଂରେ କ୍ୟାରିୟର ଆରମ୍ଭ କରିଥିଲେ। ଆଉ ସେହି ବର୍ଷ ହିଁ ଗୋଟିଏ ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ମିସ ଫଟୋଜୋନିକ ହୋଇଥିଲେ। ତାପରେ ସେ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି ।

୨୦୨୦ ମସିହାରେ ପ୍ରିୟଙ୍କା ଇଣ୍ଡିଆନ ଷ୍ଟାଇଲ ଆଇକନ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିଲେ। ଏବେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ସହିତ ସେ କାମ କରୁଛନ୍ତି। ଜଣାଶୁଣା ମଡେଲିଂ ଏଜେନ୍ସି ସିଏଫଆଇ ସହିତ ଜଡିତ ପ୍ରିୟଙ୍କା ନିଜ ଗାଁର ବିକାଶ ପାଇଁ ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ଏନେଇ ପ୍ରିୟଙ୍କା କହିଛନ୍ତି, ମୁଁ ଜଣେ ମଡେଲ, ଗାଁକୁ ବୁଲିବାକୁ ଆସିଥିଲି । ନିର୍ବାଚନ ଲଢିବା ପାଇଁ କେବେ ଭାବିନଥିଲି । ଘରେ ଏବଂ ଅନ୍ୟମାନେ ମତେ ସରପଞ୍ଚ ପ୍ରାର୍ଥୀ ହେବାକୁ କହିଥିଲେ । ସମସ୍ତଙ୍କ ସମର୍ଥନ ପାଇଁ ମୁଁ ନିର୍ବାଚନ ଲଢୁଛି । ପୂର୍ବରୁ ଯେତେବେଳେ ଗାଁକୁ ଆସେ ସେତେବେଳେ ଗାଁର ଅନେକ ସମସ୍ୟା ଦେଖିଛି । ଗାଁରେ ପାଣି ସମସ୍ୟା ରହିଛି, ବିଜୁଳି ସମସ୍ୟା ମଧ୍ୟ ରହିଛି । ଏହିସବୁ ମୋ ନଜରେ ଥିଲା, ଆଉ ଏବେ ଯେତେବେଳେ ନିର୍ବାଚନ ଲଢିବାକୁ ସୁଯୋଗ ମିଳିଛି, ଭାବୁଛି ନିର୍ବାଚନ ଜିତିଲେ ଲୋକଙ୍କ ପାଇଁ ଆଗ ପାଣି ଏବଂ ବିଜୁଳି ସମସ୍ୟାକୁ ଦୂର କରିବି ।

ସୂଚନାଯୋଗ୍ୟ, ପ୍ରିୟଙ୍କା ମାଛ ଚିହ୍ନରେ ସରପଞ୍ଚ ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଏବେ ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି। ତାଙ୍କ ସହ ତାଙ୍କ ଭଉଣୀ ଶ୍ୱେତା ଓ ପୂରା ପରିବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।












Click it and Unblock the Notifications