ନବଙ୍କ ସ୍ବପ୍ନକୁ ପୂରଣ କରିବେ ଦୀପାଳି, ମାଟିର ଝିଅକୁ ଗୋଟେ ସୁଯୋଗ ଦିଅନ୍ତୁ: ନବୀନ ପଟ୍ଟନାୟକ
ଝାରସୁଗୁଡ଼ା: ଆଜି ହାଇଭୋଲଟେଜ୍ ପ୍ରଚାର । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନିଜେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।
ଆମିଲିପାଲିରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ ।
ଏହି ସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଭୋଟ ଦେବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ବିଜେଡି ସୁପ୍ରିମୋ । ନବୀନ କହିଛନ୍ତି, ଦୀପାଳି ଏ ମାଟିର ଝିଅ ତାଙ୍କୁ ସେବା କରିବା ସୁଯୋଗ ଆପଣମାନେ ଦେବେ ଏ ଭରସା ମୋର ଅଛି । ମୋର ଅନୁରୋଧ ଆପଣମାନେ ଦୀପାଳି ଦାସଙ୍କୁ ଆଶୀର୍ବାଦ କରନ୍ତୁ ।

ଝାରସୁଗୁଡା ମାଟିକୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ନିଜ ଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ, ନବ ଦାସ ଜଣେ ଲୋକପ୍ରିୟ ଓ ଦକ୍ଷ ନେତା ଥିଲେ । ଏବେ ଦୀପାଳି ଝାରସୁଗୁଡାର ବିକାଶ ପାଇଁ ଆଗେଇ ଆସିଛନ୍ତି । ବିଜେଡି ମହିଳା ସଶକ୍ତିକରଣରେ ବିଶ୍ୱାସ କରେ । ବିଜେଡି ଯୁବଶକ୍ତିଙ୍କ ସଶକ୍ତିକରଣରେ ବିଶ୍ୱାସ କରେ ।
ଝାରସୁଗୁଡା ସବୁବେଳେ ବିକାଶ ସାଥିରେ ରହିଛି । ଆପଣମାନେ ବିକାଶରେ ବିଶ୍ବାସ କରନ୍ତି । ସେଥିପାଇଁ ବିଜୁ ଜନତା ଦଳ ସାଥିରେ ରହି ଆସିଛନ୍ତି । ବିଜୁ ଜନତା ଦଳ ମା ମାନଙ୍କ କଲ୍ୟାଣରେ ବିଶ୍ବାସ କରେ । ମା ମାନଙ୍କ empowerment ରେ ବିଶ୍ବାସ କରେ । ଚାଷୀ ଭାଇର empowerment ଉପରେ ବିଶ୍ବାସ କରେ। ଯୁବଶକ୍ତିର empowerment ରେ ବିଶ୍ବାସ କରେ । ଶିଳ୍ପ କ୍ଷେତ୍ରରେ ଝାରସୁଗୁଡାର ସ୍ବତନ୍ତ୍ର ପରିଚୟ ରହିଛି । ଆପଣମାନଙ୍କ ସହଯୋଗ ଜାରି ରହିଲେ, ଝାରସୁଗୁଡା ଦେଶର ଏକ ନମ୍ବର ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନିର୍ବାଚନରେ ହାର ଜିତ୍ ରହିଛି । ତେଣୁ ନିର୍ବାଚନ ପ୍ରଚାର ସମୟରେ ଆମେ ସମସ୍ତେ decency ରକ୍ଷା କରିବା ଜରୁରୀ । କାହାକୁ, ବିଶେଷ କରି, ଆମର ମହିଳା ମାନଙ୍କୁ, ଆମର ମା ମାନଙ୍କୁ, ଗାଳି ଦେବା, ଅସମ୍ମାନ କରିବା ଉଚିତ ନୁହେଁ ।
ବିରୋଧୀଙ୍କୁ ଟାର୍ଗେଟ୍ କଲେ ନବୀନ: ପଦ୍ମପୁର ଉପନିର୍ବାଚନ ବେଳେ ବାପାକୁ ହରାଇଥିବା ଗୋଟେ ଝିଅ ଉପରେ ବିରୋଧୀ କେମିତି ବ୍ୟବହାର କଲେ ତାହା ଆପଣ ଜାଣନ୍ତି । ଦୁଃଖର କଥା ଏଠାରେ ମଧ୍ୟ ସେମାନେ ଦୀପାଳିଙ୍କ ପ୍ରତି ସେହି ଭଳି ବ୍ୟବହାର କରିଛନ୍ତି, ଗାଳି ଦେଇଛନ୍ତି ଏହା ମତେ ବହୁତ ଦୁଃଖ ଦେଇଛି ବୋଲି ଝାରସୁଗୁଡାରେ ବି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ ।
ପଦ୍ମପୁର ଉପ ନିର୍ବାଚନରେ ବିରୋଧୀ ଦଳ ବାପାଙ୍କୁ ହରାଇ ଥିବା ଗୋଟିଏ ଝିଅ ପ୍ରତି ଯେଭଳି ବ୍ୟବହାର କଲେ, ତାହା ଆପଣ ଜାଣନ୍ତି । ଦୁଃଖର କଥା, ଏଠାରେ ମଧ୍ୟ ସେମାନେ ଦୀପାଳିଙ୍କ ପ୍ରତି ସେହିଭଳି ବ୍ୟବହାର କରୁଛନ୍ତି । ଗାଳି ଦେଉଛନ୍ତି । ଏହା ମୋତେ ବହୁତ ଦୁଃଖ ଦେଇଛି ।
ଦୀପାଳି ଏ ମାଟିର ଝିଅ । ଏ ମାଟିର ସେବା କରିବା ପାଇଁ ଆପଣମାନେ ତାକୁ ସୁଯୋଗ ଦେବେ, ଏ ଭରସା ମୋର ଅଛି । ମୋର ଅନୁରୋଧ, ଆପଣମାନେ ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସଙ୍କୁ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ।
ସୂଚନାଥାଉ କି, ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରେ ଗତ ବର୍ଷ ହୋଇଥିବା ଉପନିର୍ବାଚନ ବେଳେ ପ୍ରଚାର କରିବାକୁ ଯାଇନଥିଲେ ନବୀନ । କିନ୍ତୁ ପରବର୍ତି ସମୟରେ ହୋଇଥିବା ବରଗଡର ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ନବୀନ ପଟ୍ଟନାୟକ । ପଦ୍ମପୁରର ବିଭିନ୍ନ ସ୍ଥାନରେ ଆୟୋଜିତ ସଭାରେ ଯୋଗ ଦେଇ ବିଭିନ୍ନ ପ୍ରତିଶ୍ରୁତି ଦେବା ସହ ବିଜେଡି ପ୍ରାର୍ଥୀଙ୍କ ଭୋଟ ଦେବାକୁ ଅପିଲ କରିଥିଲେ ।
ଉଲ୍ଲେଖଯୋଗ୍ୟ, ଝାରସୁଗୁଡା ଉପ ନିର୍ବାଚନ ପାଇଁ ମେ ୧୦ରେ ଭୋଟଗ୍ରହଣ କରାଯିବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଦେବେ ଝାରସୁଗୁଡ଼ା ଭୋଟର । ମେ ୧୩ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ।
ସୂଚନାଥାଉ କି, ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡିଛି । ନବ ଦାସଙ୍କ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications