ପ୍ରେମିକକୁ ଅପହରଣ କରି ପ୍ରେମିକା ଗିରଫ, ୫ ଅଭିଯୁକ୍ତଙ୍କ ସମେତ ମାଷ୍ଟର ମାଇଣ୍ଡକୁ ଗିରଫ କଲା ପୋଲିସ

ଅପହରଣ ଘଟଣାର ପର୍ଦ୍ଦାଫାଶ । ପ୍ରେମିକକୁ ଅପହରଣ କରିଥିବା ଅଭିଯୋଗରେ ପ୍ରେମିକା ସମେତ ୫ ଜଣଙ୍କୁ ଗିରଫ କରି ଖାରବେଳ ନଗର ଥାନା ପୋଲିସ । ଏହାସହିତ ଅପହୃତ ଯୁବକଙ୍କୁ ଭରତପୁର ଅଞ୍ଚଳ ଏକ ହୋଟେଲ୍‌ରୁ ଉଦ୍ଧାର ମଧ୍ୟ କରିଛି ପୋଲିସ ।

arrested

ସୋମନାଥ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ନି ପ୍ରେମିକାଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ । ସୋମନାଥଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିବା ବେଳେ ଯୁବତୀଙ୍କ ଜଣଙ୍କ ଅନ୍ୟ ଯୁବକଙ୍କ ସହିତ ସଂପର୍କ ରଖୁଥିଲେ । ଯାହା ବିଷୟରେ ଖବର ପାଇଥିଲେ ସୋମନାଥ । ପ୍ରେମିକାଙ୍କ ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟର ବଚସା ମଧ୍ୟ ହୋଇଥିଲା । ଏ ସଂପର୍କରେ ପ୍ରେମିକା ନିଜ ଭଉଣୀକୁ କହିଥିଲେ । ଏହାପରେ ଭଉଣୀର ପ୍ରେମିକଙ୍କ ସହିତ ମିଶି ନିଜ ବୟଫ୍ରେଣ୍ଡକୁ ଅପହରଣ କରିଥିଲେ । ଅପହରଣକାରୀ ଆକାଶ ପରିଡ଼ା ସୋମନାଥଙ୍କୁ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ୍‌ରେ ରଖିଥିଲେ ।

ସେପଟେ ସୋମନାଥଙ୍କୁ ଅପହରଣ କରି ତାଙ୍କ ଘର ଲୋକଙ୍କ ଠାରୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ସୋମନାଥଙ୍କ ପରିବାର ପକ୍ଷରୁ ଖାରବେଳ ନଗର ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ଅଭିଯୋଗର ତଦନ୍ତ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ପରେ ଭରତପୁର ଅଞ୍ଚଳରୁ ଆକାଶ ପରିଡ଼ାଙ୍କ ୪ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହାସହିତ ଅପୃହତ ଯୁବକଙ୍କୁ ମଧ୍ୟ ଉଦ୍ଧାର କରିଛି ପୋଲିସ । ତେବେ ପ୍ରେମିକାଙ୍କ ଘର ଝାଡ଼ଖଣ୍ଡର ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+