ସମ୍ବଲପୁରରେ ଗିରିରାଜଙ୍କ ଟାର୍ଗେଟ; କହିଲେ ନବୀନ ବାବୁ ନଜରବନ୍ଦୀ, ଓଡ଼ିଆ ଅସ୍ମିତାକୁ ବଞ୍ଚାଇବା ପାଇଁ ସରକାର ଗଢ଼ିବୁ

ସମ୍ବଲପୁରରେ ବିଶାଳ ରୋଡ ଶୋ' କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ଏକ ରୋଡ ଶୋ' ବେଳେ ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି । ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି । ଏହି ସମୟରେ ନବୀନଙ୍କୁ ସିଧା ହମଲା କରିଛନ୍ତି ଗିରିରାଜ ସିଂ ।

ଗିରିରାଜ କହିଛନ୍ତି, ଓଡ଼ିଶାର ଅସ୍ମିତା ବିପଦରେ ଅଛି। ନୀବନ ବାବୁଙ୍କୁ ୭୭ ହେଲାଣି । ତେଣୁ ଏହି ନିର୍ବାଚନରେ ପାଣ୍ଡିଆନଙ୍କୁ ନବୀନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବେ । କିନ୍ତୁ ଆମେ ଏହାକୁ ହେବାକୁ ଦେବୁ ନାହିଁ। ଏଥର ଓଡ଼ିଶାରେ ଭାଜପା ସରକାର ଗଢିବ ବୋଲି ଗିରିରାଜ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସେ କହିଛନ୍ତି, ଓଡ଼ିଶାରେ ଶାସନ ହିଁ ନାହିଁ । ନବୀନ ବାବୁ ନଜର ବନ୍ଦୀ ହୋଇ ରହିଛନ୍ତି । ତାଙ୍କୁ ଅପହରଣ କରି ନିଆଯାଇଛି । ନବୀନ ବାବୁ କିଛି ସମୟ ପାଇଁ ବାହାରକୁ ଆସନ୍ତି । ସଭା ସମିତିରେ ୨ ମିନିଟ୍‌ ଭାଷଣ ଦେବା ପରେ ପୁଣି ପଳାନ୍ତି ।

Giriraj pandian

ଓଡ଼ିଶାରେ ସରକାର ବଦଳିବ । ଓଡ଼ିଶାବାସୀ ବାହାର ଲୋକ ମୁଖ୍ୟମନ୍ତ୍ରୀ ହେବାକୁ ବିରୋଧ କରିବା କଥା, ଓଡ଼ିଆ ପୁଅ ମୁଖ୍ୟମନ୍ତ୍ରୀ ହେଉ। ଭାଜପା ସରକାର ହେବ, ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି ହେବ। ଓଡ଼ିଶାରେ ଶାସନ ହିଁ ନାହିଁ । ନବୀନ ବାବୁ ନଜରବନ୍ଦୀ ରହିଛନ୍ତି । ଓଡ଼ିଆ ଅସ୍ମିତାକୁ ବଞ୍ଚାଇବା ପାଇଁ ନୂତନ ସରକାର ଗଢ଼ିବୁ ବୋଲି ସେ କହିଛନ୍ତି ।

ଗିରିରାଜ ସିଂଙ୍କ ରୋଡ ଶୋ' ଭୂତାପଡ଼ାରୁ ଆରମ୍ଭ ହୋଇ ସୁନାପାଲୀ ଯାଏ ଯାଇଥିଲା। ଶୋଭାଯାତ୍ରାରେ ବିଜେପିର ବହୁ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ । ଦୀର୍ଘ ସମୟ ଧରି ରାସ୍ତାର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ହଜାର ହଜାର ସଂଖ୍ୟାର ସାଧାରଣ ଜନତା ଓ ବିଜେପି କର୍ମକର୍ତ୍ତାଙ୍କ ଅଭିବାଦନକୁ ହାତ ହଲାଇ ଗ୍ରହଣ କରିଥିଲେ ।ସମ୍ବଲପୁରରେ ବିଶାଳ ରୋଡ ଶୋ' କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ । ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+