Get Updates
Get notified of breaking news, exclusive insights, and must-see stories!

ପୁଣି କଂଗ୍ରେସରେ ଯୋଗଦେଲେ ଗିରିଧର ଗମାଙ୍ଗ; ଦିଲ୍ଲୀରେ କଂଗ୍ରେସ ହାତ ଧରିଲେ ଗମାଙ୍ଗ ପରିବାର

ପୁଣି କଂଗ୍ରେସରେ ଯୋଗଦେଲେ ଗିରିଧର ଗମାଙ୍ଗ । AICC ତରଫରୁ ସବୁଜ ସଙ୍କେତ ମିଳିବା ସହ କଂଗ୍ରେସରେ ପୁଣି ଯୋଗଦେଲେ ଗିରିଧର ଗମାଙ୍ଗ । ଗିରିଧର ଗମାଙ୍ଗ, ହେମା ଗମାଙ୍ଗ ଓ ଶିଶିର ଗମାଙ୍ଗ ତଥା ସମ୍ପୂର୍ଣ୍ଣ ଗମାଙ୍ଗ ପରିବାର ଏବେ କଂଗ୍ରେସକୁ ଫେରିଛନ୍ତି ।

ଦିଲ୍ଲୀରେ ପୁଣି କଂଗ୍ରେସ ହାତ ଧରିଛନ୍ତି ଗମାଙ୍ଗ । ଅଜୟ ମାକେନ, ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସାମିଲ ହେଲେ ଗିରିଧର । ପୂର୍ବତନ ସାଂସଦ ସଂଜୟ ଭୋଇ ବି କଂଗ୍ରେସକୁ ଫେରିଲେ ।

ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ଦଳକୁ ଫେରିବାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଖାଲି ସେତିକି ନୁହେଁ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଉଠାଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ।

Giridhari Gamang

କଂଗ୍ରେସରୁ ଟିକେଟ୍ ପାଇ ୨୦୦୯ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ୨୦୧୯ରେ ଦଳ ତାଙ୍କୁ ଟିକେଟ୍ ନ ଦେଇ ଥିବାରୁ ସେ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଏବେ ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି କଂଗ୍ରେସ ରାଜ୍ୟରେ ନିଜର ବଳ ଗୋଟାଇବାରେ ଲାଗିଛି । ତେଣୁ ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ପ୍ରକ୍ରିୟା ଜାରି ରହିଛି

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+