ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଉପହାର ବର୍ଷା

ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ବକପ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବଙ୍କୁ ୫୦ ଲକ୍ଷ ଟଙ୍କା ଉପହାର ମିଳିଛି । ଏହି ଅବସରରେ ନୀତୀଶ କୁମାର କହିଛନ୍ତି, 'ବୈଭବ ସୂର୍ଯ୍ୟବଂଶୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ କଠିନ ପରିଶ୍ରମ ଏବଂ ପ୍ରତିଭା ମାଧ୍ୟମରେ ସେ ଭାରତୀୟ କ୍ରିକେଟ୍ ପାଇଁ ଏକ ନୂତନ ଆଶା ପାଲଟିଛନ୍ତି।'

Gifts showered

ସେ କହିଛନ୍ତି, 'ମୁଁ କାମନା କରୁଛି ଯେ, ବୈଭବ ସୂର୍ଯ୍ୟବଂଶୀ ଭବିଷ୍ୟତରେ ଭାରତୀୟ ଦଳ ପାଇଁ ନୂତନ ରେକର୍ଡ ସୃଷ୍ଟି କରନ୍ତୁ ଏବଂ ଦେଶକୁ ଗୌରବ ଆଣନ୍ତୁ।'ବୈଭବଙ୍କୁ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ସେ ଆହୁରି ଭଲ ଖେଳନ୍ତୁ ବୋଲି କହିଛନ୍ତି ନୀତୀଶ କୁମାର । ମୁଖ୍ୟମନ୍ତ୍ରୀ କହିଛନ୍ତି, 'ତୁମେ ଏହିପରି ଭଲ କ୍ରିକେଟ ଖେଳିବା ଜାରି ରଖ ଏବଂ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣ। ରାଜ୍ୟରେ ଆଧୁନିକ ଏବଂ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି ନିର୍ମାଣ କରାଯାଉଛି। ସରକାର ଖେଳାଳିମାନଙ୍କୁ ଉତ୍ସାହିତ କରୁଛନ୍ତି ଏବଂ ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେଉଛନ୍ତି।'

ଅନ୍ୟପଟେ, କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଏକ ମହଙ୍ଗା କାର ଉପହାର ମିଳିଛି । ଟାଟା ମୋଟର୍ସ ବୈଭବଙ୍କୁ ଏହି କାର ଉପହାର ଦେଇଛି। ବିଶ୍ବକପ ପୂର୍ବରୁ ଆଇପିଏଲରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ ବୈଭବ ସୂର୍ଯ୍ୟବଂଶୀ । IPLରେ ଶ୍ରେଷ୍ଠ ଷ୍ଟ୍ରାଇକର ଭାବରେ ତାଙ୍କୁ ଏହି ଉପହାର ଦେଇଛି ଟାଟା । ପାଟନାର ଏକ ଟାଟା ଶୋ'ରୁମର ମାଲିକ କହିଛନ୍ତି ଯେ, ଆଜି ବୈଭବଙ୍କୁ କାର ଦିଆଯାଇଛି । ବୈଭବ ଏବଂ ତାଙ୍କ ବାପା ବ୍ୟକ୍ତିଗତ ଭାବରେ କାର ଗ୍ରହଣ କରିଛନ୍ତି । ତେବେ ବୈଭବଙ୍କୁ ଟାଟା କର୍ଭ ଉପହାରରେ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+