କେନ୍ଦ୍ରାପଡ଼ା ପ୍ରସିଦ୍ଧ ମିଠା ରସାବଳିକୁ ଜିଆଇ ଟ୍ୟାଗ୍
କେନ୍ଦ୍ରାପଡ଼ା ପ୍ରସିଦ୍ଧ ମିଠା ରସାବଳିକୁ ଜିଆଇ ଟ୍ୟାଗ୍ । କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ । କେନ୍ଦ୍ରାପଡାର ପ୍ରସିଦ୍ଧ ମିଠା 'ରସାବଳି'କୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି । ଏଥିପାଇଁ ୨୦୨୧ ମସିହା ଡିସେମ୍ବର ୧୩ ତାରିଖରେ 'କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ' ପକ୍ଷରୁ ବିଧିବଦ୍ଧ ଭାବେ ଆବେଦନ କରାଯାଇଥିଲା l
ଆବେଦନ ପତ୍ରର ତର୍ଜମା କରିବା ସହ 'ରସାବଳି'ର ଐତିହାସିକ ଓ ଆଧ୍ୟାତ୍ମିକ ଦିଗକୁ ଅନୁଧ୍ୟାନ କରିବା ପରେ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ' ପକ୍ଷରୁ ପ୍ରଥମେ ୨୦୨୦ ମସିହା ଜୁଲାଇ ମାସରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।

ରସାବଳି ରସାବଳି ବଳଦେବଜୀଉ ମନ୍ଦିରରେ ଭୋଗ ଲାଗି ହୁଏ । ଏହା ଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ଏକ । ରସାବଳି କିପରି ପ୍ରସ୍ତୁତ ହୁଏ ?
ପିଠା ଭଳିଆ ବେଲି ଛେନାକୁ ଗରମ ଘିଅରେ ଛଣା ଯାଏ। ଛଣା ହେଇଥିବା ପିଠାକୁ କାଢି ତିଆରି ହେଇଥିବା ଝିଲିକୁ କାଢି କ୍ଷୀର, ଗୁଡ଼ରେ ତିଆରି ଗୋଟେ ମିଶ୍ରଣରେ ଛାଡ଼ି ଦିଆଯାଇଥାଏ । ଏହା ପରେ ଏଥିରେ କାଜୁ ଓ କିସମିସ ପକାଇ ପରସା ଯାଏ ।












Click it and Unblock the Notifications