ଘୋଷଯାତ୍ରା 2022: ଆଜି ରୁକ୍ମିଣୀ ବିବାହ, ସଜେଇ ହୋଇଛି ଶ୍ରୀମନ୍ଦିର
ଆଜି ଶ୍ରୀମନ୍ଦିରରେ ରୁକ୍କୁଣୀ ହରଣ ଏକାଦଶୀ ନୀତି । ବିଦର୍ଭର ରାଜା ଭିଷ୍ମକଙ୍କ କନ୍ୟା ରୁକ୍ମିଣୀଙ୍କୁ ଆଜି ବିବାହ କରିବେ ମହାପ୍ରଭୁ । ଏଥି ଲାଗି ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରାଯାଇଥିବା ବେଳେ ଶ୍ରୀମନ୍ଦିରକୁ ରଙ୍ଗ ବେରଙ୍ଗ ଫୁଲରେ ସୁସଜ୍ଜିତ କରାଯାଇଛି ।
ପୁରୀ: ଆଉ ମାତ୍ର କିଛି ଦିନ ବାକି ରହିଲା ଶ୍ରୀଜୀଉଙ୍କ ଘୋଷଯାତ୍ରା । ଏହାପୂର୍ବରୁ ରୀତିନୀତି ଅନୁସାରେ ଚାଲିଛି ପ୍ରସ୍ତୁତି। ତେବେ ଆଜି ଶ୍ରୀମନ୍ଦିରରେ ରୁକ୍କୁଣୀ ହରଣ ଏକାଦଶୀ ନୀତି । ବିଦର୍ଭର ରାଜା ଭିଷ୍ମକଙ୍କ କନ୍ୟା ରୁକ୍ମିଣୀଙ୍କୁ ଆଜି ବିବାହ କରିବେ ମହାପ୍ରଭୁ । ଏଥି ଲାଗି ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରାଯାଇଥିବା ବେଳେ ଶ୍ରୀମନ୍ଦିରକୁ ରଙ୍ଗ ବେରଙ୍ଗ ଫୁଲରେ ସୁସଜ୍ଜିତ କରାଯାଇଛି ।

ଶୁକ୍ରବାର ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦଶମୀ ତିଥିରେ ସନ୍ଧ୍ୟା ଧୂପ ନୀତି ବଢ଼ିବା ପରେ ଶ୍ରୀମନ୍ଦିରରେ ଘଣ୍ଟ କାହାଳୀ, ମହୁରି ବାଜି ମହାପ୍ରଭୁଙ୍କ ଅଭିଷେକ ନୀତି ସମ୍ପନ୍ନ ହୋଇଛି । ଏହି ନୀତିକୁ ରାଜେନ୍ଦ୍ରାଭିଷେକ ନୀତି କୁହାଯାଏ । ଅନ୍ୟପଟେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ସେହିପରି ରଥ ଖଳାରେ ମଧ୍ୟ କାମ ଜୋର ସୋର ଚାଲିଛି । ତିନି ରଥର ଚାରି ନାହାକା ଉଠିସାରିଛି । ଏବେ ପୋଲ ଗୟଳ, ଛନ୍ଦା ଗୟଳ ଓ ବଡ଼ ଗୟଳ ପଡ଼ି ଯୋଖା ବୁଲିବା ପରେ ପ୍ରଥମ ଭୂଇଁ ଉଠିବ । ପରେ ଦ୍ବିତୀୟ ଓ ତୃତୀୟ ଭୂଇଁ ସହ ତେର ପରସ୍ତ ପୋଟଳ ଉଠି ଉପରିଭାଗ କାର୍ଯ୍ୟ କରାଯିବ । ତିନିରଥ ମହାରଣା ଭୋଇ ସେବକ ପାର୍ଶ୍ବ ଦଣ୍ଡା ମାନଙ୍କରେ ତିନୋଟି ଲେଖାଏଁ ଜଳଯନ୍ତ୍ର ଏବଂ ଦୁଇଟି ଲେଖାଏଁ କୋଣଗୁଜ ଖଞ୍ଜି ପାର୍ଶ୍ବ ଗୟଳ ପକାଇଛନ୍ତି । ନନ୍ଦିଘୋଷ ଏବଂ ଦେବଦଳନ ରଥର ବେଦି ପାଇଁ 5ଟି ଜଗତ ପୃଷ୍ଠ ଶେଣୀର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ବଜ ରଥର 3 ଗୋଟି ଜଗତ ପୃଷ୍ଠ ଶେଣୀର ଚଉପଟ କାର୍ଯ୍ୟ ଶେଷ ହୋଇଛି ।












Click it and Unblock the Notifications