କାଲିଠୁ ମା ତାରିଣୀଙ୍କ ଦର୍ଶନ, ଜାଣନ୍ତୁ କଣ ରହିଛି ଗାଇଡଲାଇନ
ଆସନ୍ତାକାଲିଠୁ ଦର୍ଶନ ଦେବେ କେନ୍ଦୁଝରର ଆରାଧ୍ୟ ଦେବୀ ତଥା ଘଟଗାଁ ରାଣୀ ମା ତାରିଣୀ । କରୋନା ମାହାମାରୀ ପାଇଁ ଦୀର୍ଘ ଦିନରୁ ବନ୍ଦ ରହିଥିବା ମାଙ୍କ ମନ୍ଦିର ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି ।
କେନ୍ଦୁଝର: ଆସନ୍ତାକାଲିଠୁ ଦର୍ଶନ ଦେବେ କେନ୍ଦୁଝରର ଆରାଧ୍ୟ ଦେବୀ ତଥା ଘଟଗାଁ ରାଣୀ ମା ତାରିଣୀ । କରୋନା ମାହାମାରୀ ପାଇଁ ଦୀର୍ଘ ଦିନରୁ ବନ୍ଦ ରହିଥିବା ମାଙ୍କ ମନ୍ଦିର ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି । ଜିଲ୍ଲା ପ୍ରଶାସନ ଏନେଇ ନିଷ୍ପତି ନେଇଥିବା ବେଳେ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଜାରି କରିଛି କିଛି ଗାଇଡଲାଇନ । ଏହି ସବୁ ନିୟମକୁ ମାନି ଆପଣ ଦର୍ଶନ କରି ପାରିବେ ମା ତାରିଣୀଙ୍କୁ ।

ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ୩୦ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଦର୍ଶନ ପାଇଁ ସୁଯୋଗ ଦିଆଯିବ। ଏହାପରେ ସାଧାରଣ ଲୋକ ମା'ଙ୍କ ଦର୍ଶନ କରିପାରିବେ। ସରକାରଙ୍କ କୋଭିଡ ନିୟମ ଦର୍ଶନ କରିବେ ଭକ୍ତ । ମାକ୍ସ ଓ ସାମାଜିକ ଦୂରତା ବାଧ୍ୟତାମୂଳକ । ମନ୍ଦିର ମଧ୍ୟରେ କୌଣସି ଭୋଗ ଅର୍ଥାତ୍ ପୁଷ୍ପ, ନଡ଼ିଆ, ଦୀପ, ଧୂପ ଇତ୍ୟାଦି ଲାଗି କରାଯିବ ନାହିଁ। କେବଳ ଭକ୍ତମାନେ ମା'ଙ୍କ ଦର୍ଶନ କରିପାରିବେ।
ଏଥିସହ କୌଣସି ଭକ୍ତ ପାଦୁକା ସେବନ କରିପାରିବେ ନାହିଁ କିମ୍ବା ସିନ୍ଦୁର, ଚନ୍ଦନ ଲଗାଇବେ ନାହିଁ । ମନ୍ଦିର ଭିତରକୁ ୧୦ ବର୍ଷରୁ କମ୍ ବୟସର ପିଲା ପ୍ରବେଶ କରିପାରିବେ ନାହିଁ। ମନ୍ଦିରରେ ହେଉଥିବା ଦୈନନ୍ଦିନ ଅନ୍ନପ୍ରସାଦ ବିକ୍ରି କିମ୍ବା ପାର୍ସଲ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ। ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନ ଗୁଡ଼ିକ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ। ମା'ଙ୍କର ସକାଳ ଆଳତୀ, ଅନ୍ନ ପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଓ ପହଡ଼ ଆଳତୀରେ କୌଣସି ଭକ୍ତ ଉପସ୍ଥିତ ରହିବେ ନାହିଁ।












Click it and Unblock the Notifications