Get Updates
Get notified of breaking news, exclusive insights, and must-see stories!
Live

Ghasipura Assembly Election Results 2024 LIVE Updates: କିଏ ହାତେଇବ ଘଷିପୁରା, ଗଡ଼ ରଖିବାରେ ସଫଳ ହେବ ତ ବିଜେଡି ?

ଘଷିପୁରା: ରାଜ୍ୟ ରାଜନୀତିରେ ଏଥର ଫୋକସ୍ ରେ ରହିଛି ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀ । ବିଜେଡିର ଗଡ଼ କୁହାଯାଉଥିବା ଘଷିପୁରା ଆସନରେ ଏଥର ଦେଖିବାକୁ ମିଳିଛି ଜୋରଦାର ଲଢେଇ । ମୁଖ୍ୟତଃ ବିଜେଡ଼ି-କଂଗ୍ରେସ ମଧ୍ୟରେ ଫାଇଟ୍ ଦେଖିବାକୁ ମିଳୁଥିବା ଏହି ଆସନରେ ଚଳିତ ନିର୍ବାଚନରେ ବିଜେଡ଼ି- ସ୍ୱାଧୀନ ପ୍ରାର୍ଥୀ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ତେବେ ଏହି ଆସନ କାହା ହାତକୁ ଯିବ ? ବଦ୍ରି ବିଜେଡିର ଗଡ଼ ରକ୍ଷା କରିବାରେ ସଫଳ ହେବେ ନା ସ୍ୱାଧୀନ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକ ଆସନ ହାତେଇବେ ତା ଉପରେ ରହିଛି ସମସ୍ତଙ୍କ ନଜର ।

Ghasipura Assembly Election

ନିର୍ବାଚନ ପାଇଁ ଟିକେଟ୍ ଘୋଷଣା ଠାରୁ ମତଦାନ ପର୍ଯ୍ୟନ୍ତ ଏହି ଆସନକୁ ନେଇ ଲାଗି ରହିଥିଲା ସସପେନ୍ସ । ସୌମ୍ୟ ପ୍ରଥମେ ବିଜେପି ଟିକେଟ୍ ରୁ ଲଢିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ, ଶେଷରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରି ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ଏହା ପରେ ଦୁଇ ହେଭିୱେଟ୍ ଙ୍କ ମଧ୍ୟରେ ରାଜନୈତିକ ଲଢେଇ ଆରମ୍ଭ ହୋଇଥିଲା । ବିଜେଡ଼ି ନିଜର ଭୋଟର ମାନଙ୍କୁ ନିଜ ପକ୍ଷରେ ବାନ୍ଧି ରଖିବା ପାଇଁ ଜୋରଦାର ପ୍ରୟାସ କରିଥିଲା । 2009ରୁ ବିଜେଡି ଟିକେଟ୍ ରୁ ବିଧାନସଭାକୁ ଯାଇ ଆସୁଛନ୍ତି ବଦ୍ରି । ଏହି ଅଞ୍ଚଳରେ ବଦ୍ରିଙ୍କ ବେଶ୍ ଦବଦବା ରହିଛି । ତାଙ୍କର ନିଜର ଭଲ ସଙ୍ଗଠନ ରହିବା ସହ ଭଲ ଭୋଟ୍ ବ୍ୟାଙ୍କ ରହିଛି ।

ଅପରପକ୍ଷରେ ବଦ୍ରିଙ୍କୁ ଚେକ୍ ଦେବାକୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ପରେ ଦଳମତ ଭୁଲି ଜନସାଧାରଣ ତାଙ୍କ ସମର୍ଥନରେ ରହିଥିବା ଦେଖିବାକୁ ମିଳିଥିଲା । ସେ ମଧ୍ୟ ଜୋରଦାର ପ୍ରଚାର କରିବା ସହ ଏହି ଆସନରେ ଶାନ୍ତି ଫେରାଇ ଆଣିବାନେଇ ଜନତାଙ୍କୁ ପ୍ରତିଶ୍ରୁତି ଦେଉଥିଲେ ।

ତେବେ ଏବେ ପ୍ରଶ୍ନ ଉଠୁଛି, ସୌମ୍ୟ ଘଷିପୁରାରୁ ସ୍ୱାଧୀନ ପ୍ରାର୍ଥୀ ହେବା ପରେ ପୂର୍ବରୁ କଂଗ୍ରେସ ଟିକେଟ୍ ରୁ ଲଢୁଥିବା ନିରଞ୍ଜନ ପଟ୍ଟନାୟକଙ୍କ ଭୋଟ୍ ତାଙ୍କ ସପକ୍ଷରେ ଯାଇଛି କି ? ନା ଯୁବ କଂଗ୍ରେସ ଚେହେରା ସୁବ୍ରତ ଚକ୍ର ଏହି ଭୋଟ୍ ବ୍ୟାଙ୍କକୁ ବଜାୟ ରଖିବାରେ ସମର୍ଥନ ହୋଇଛନ୍ତି । ଏମିତିକି ବିଜେଡିର ଏହି ଆସନରେ ଭଲ ଭୋଟ୍ ରହିଛି । ସେହି ଭୋଟ୍ କୁ ବଦ୍ରି ବିଜେଡ଼ି ଖାତାରେ ରଖିବାରେ ସଫଳ ହୋଇଛନ୍ତି ତ ? ସାଧାରଣତଃ ଏହି ଆସନରେ ପୂର୍ବରୁ କଂଗ୍ରେସ-ବିଜେଡ଼ି ମଧ୍ୟରେ ଦ୍ୱିମୁଖୀ ଲଢେଇ ଦେଖିବାକୁ ମିଳୁଥିବା ବେଳେ, ଏଥର ବିଜେପି ଓ ସ୍ୱାଧୀନ ଏହି ଲଢେଇରେ ବେଶ୍ ସକ୍ରିୟ ହୋଇ ସାମିଲ ହୋଇଛନ୍ତି ।

ଏହି ଆସନରୁ ଲଗାତାର ବିଧାୟକ ରହିଆସିଥିବା ବଦ୍ରି ନାରାୟଣ ପାତ୍ର ଗତ 2019 ବିଧାନସଭା ନିର୍ବାଚନରେ କଂଗ୍ରେସର ଭେଟେରାନ୍ ନିରଞ୍ଜନ ପଟ୍ଟନାୟକଙ୍କ ଠାରୁ 32 ହଜାର ଭୋଟରେ ଆଗୁଆ ରହିଥିଲେ । ସେହିପରି 2014 ରେ ବଦ୍ରି 88 ହଜାର ଭୋଟରେ ଆଗୁଆ ରହି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ 2009 ରେ ମଧ୍ୟ ବିଜେଡି ଟିକେଟରୁ ଲଢି ସେ 25 ହଜାର ଭୋଟ୍ ମାର୍ଜିନ୍ ରେ ବିଧାୟକ ହୋଇଥିଲେ ।

ବଦ୍ରିଙ୍କ ଏହି ରେକର୍ଡ ବଜାୟ ରହିବ ନା ସୌମ୍ୟଙ୍କ ପକ୍ଷରେ ଯାଇଛି ଜନମତ ? କାହା ଉପରେ ନିଜର ଆସ୍ଥା ପ୍ରକଟ କରିଛନ୍ତି ଜନତା ତାହା ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+