ଓଡ଼ିଶା ମାଟିତଳେ ରହିଛି ମୂଲ୍ୟବାନ ଲିଥିୟମ, ଖୋଜୁଛି ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ

ଭୁବନେଶ୍ୱର: ଓଡ଼ିଶାରେ ଅଛି ଲିଥିୟମ ଭଳି କ୍ରିଟାକାଲ ମିନେରାଲ । ନୟାଗଡ଼ ଜିଲ୍ଲାର ମାଟିତଳେ ଲିଥିୟମ ଥିବା ସଙ୍କେତ ମିଳିଛି । ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆକୁ ମିଳିଛି ଏହି ସଙ୍କେତ । ଡ୍ରୋନ ମାଧ୍ୟମରେ ଏହି ଖଣିଜ ପଦାର୍ଥକୁ ଖୋଜାଯିବ । ଲିଥିୟମ, କପର ଭଳି ମିନେରାଲ ଖୋଜା ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ କେନ୍ଦ୍ର ଖଣି ସଚିବ ଏଲ କାନ୍ତା ରାଓ ସୂଚନା ଦେଇଛନ୍ତି ।

ତେବେ ଏବେ ଓଡିଶା ମାଟିରେ ଲିଥିୟମ ଖୋଜୁଛି ଜିଓଲୋଜିକାଲ ସର୍ଭେ ଇଣ୍ଡିଆ । ଯେଉଁଥିରେ ନୟାଗଡ ଜିଲ୍ଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ ମିଳିଛି । ଏଥିସହିତ ଏବେ ରାଜ୍ୟରେ ମାଟି ତଳେ ଥିବା ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ଟେକନୋଲୋଜିକୁ ବ୍ୟବହାର କରାଯାଉଛି । ଏଆଇକୁ ବ୍ୟବହାର କରି ଏବେ ଓଡିଶା ମାଟିରେ ଖୋଜା ଚାଲିଛି କେଉଁଠି ଅଛି କେଉଁ ଖଣି?

geological survey of india prospecting for lithium in odisha

ମାଟି ତଳେ ଥିବା ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ବ୍ୟବହାର ହେଉଛି ନୂଆ ଟେକ୍ନୋଲୋଜି । ଡ୍ରୋନ ଜରିଆରେ ଖଣିଜ ସଂପଦ ଖୋଜିବାକୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । ଦୀର୍ଘ ବର୍ଷ ଧରି ବନ୍ଦ ଥିବା କନ୍ଧମାଳ, ମାଲକାନଗିରି ଭଳି ଜିଲ୍ଲାରେ ବି ଜୋର୍ ଧରିବ ଖଣିଜ ସର୍ଭେ ।

କୋଣାର୍କରେ ହେବାକୁ ଥିବା ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି GSIର ବୋର୍ଡ ବୈଠକ । ସବୁ ରାଜ୍ୟର ଖଣି, GSI ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି । ଓଡ଼ିଶାର ଖଣି ପରିଚାଳନା ସାରା ଦେଶ ପାଇଁ ମଡେଲ ହୋଇଛି । ପ୍ରାୟ ୫୦ ଭାଗ ଖଣିଜ ଯୋଗାଇ ଦେଶର ଖଣି ରାଜଧାନୀ ଭାବେ ପରିଚିତ ଓଡ଼ିଶାରେ ଏହି ବୈଠକ ଅନେକ ଗୁରୁତ୍ବ ବହନ କରୁଛି ବୋଲି କହିଛନ୍ତି କେନ୍ଦ୍ର ଖଣି ସଚିବ ଏଲ୍ କାନ୍ତା ରାଓ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+