୨୦୨୩-୨୪ ଆର୍ଥିକବର୍ଷରେ ଜିଡିପି ଅଭିବୃଦ୍ଧି ହାର ୬.୫% ରହିବ, ରିଜର୍ଭ ବ୍ୟାଙ୍କର ଆକଳନ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟି ରେପୋ ହାର ୬.୫%ରେ ଅପରିବର୍ତ୍ତତ ରଖିଛନ୍ତି । ଫଳରେ ଇଏମଆଇରେ ଆଉ ବୃଦ୍ଧି ହେବ ନାହିଁ । ଏହା ପୂର୍ବରୁ ୬ ଥରରେ ରିଜର୍ଭ ବ୍ୟାଙ୍କ ସୁଧ ହାରରେ ୨.୫୦ ପ୍ରତିଶତ ବୃଦ୍ଧି କରିଥିଲା ।

ତେବେ ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି । ସେହିପରି ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ଉପରତଳ ହେବାର ସମ୍ଭାବନା ରହିଛି ବୋଲି ରିଜର୍ଭ ବ୍ୟାଙ୍କ ମନିଟାରୀ ପଲିସୀ କମିଟି ଆଶା କରୁଛନ୍ତି । ମୌସୁମୀ ବର୍ଷା ଓ ଜଳବାୟୁରେ ଏଲ୍-ନିନୋର ପ୍ରଭାବକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ମୁଦ୍ରାସ୍ଫୀତିକୁ କିଭଳି ୪ ପ୍ରତିଶତରୁ ତଳେ ରଖାଯିବ ସେଥିପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।
ସେହିପରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସ୍ପଷ୍ଟ କରିଛନ୍ତି ଯେ ୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାର କୌଣସି ଯୋଜନା ନାହିଁ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ୧୦୦୦ ଟଙ୍କିଆ ନୋଟକୁ ପୁନର୍ବାର ପ୍ରଚଳନରେ ଆଣିବା ପାଇଁ ମଧ୍ୟ ରିଜର୍ଭ ବ୍ୟାଙ୍କର କୌଣସି ଯୋଜନା ନାହିଁ । ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ନେଇ ଯେଉଁ ଗୁଜବ ପ୍ରଚାର ହେଉଛି ତାହାକୁ ବିଶ୍ବାସ ନକରିବା ଲାଗି ଶକ୍ତିକାନ୍ତ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ।












Click it and Unblock the Notifications