ରାଜଧାନୀରେ ଗ୍ୟାସ୍ ଟେନସନ, LPG ସିଲିଣ୍ଡର ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ୍

ୟୁଜର୍ସ ଫ୍ରେଣ୍ଡଲି ଗ୍ୟାସ ଆଉ ଫ୍ରେଣ୍ଡଲି ନୁହେଁ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସାଙ୍ଗର ସଜ୍ଞା ବଦଳେଇ ଦେଇଛି ପ୍ରିୟର ଗ୍ୟାସ୍‌ । ହୋମ ଡେଲିଭରି ସେବା ମିଳିବା ବନ୍ଦ ହୋଇ ଏବେ ଫାଷ୍ଟ କମ୍‌ ଫାଷ୍ଟ ସର୍ଭିସ୍‌ ହୋଇଯାଇଛି । ଗ୍ୟାସ୍‌ ଖାତା ଲାଇନରେ ରଖି ବସୁଛନ୍ତି ଗ୍ରାହକ । ଗ୍ୟାସ୍‌ ସିଲିଣ୍ଡର ପାଇଁ ରାତିରୁ ଲମ୍ବା ଲାଇନ୍‌ରେ ବସିଛନ୍ତି ଗ୍ରାହକ । ଖଣ୍ଡଗିରି ଲିଙ୍ଗରାଜ HP ଗ୍ୟାସ ଷ୍ଟେସନ ସାମ୍ନାରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର ।

Gas tension

ଖବର ଅନୁଯାୟୀ, ୨୦ -୨୫ ଦିନ ହେଲା ଗ୍ୟାସ ବୁକ୍ କରି ଥିଲେ ବି ଗ୍ୟାସ ଡେଲିଭରି ହୋଇପାରିନି। ଘରେ ରୋଷେଇ ପାଇଁ ଗ୍ୟାସ ନାହିଁ। ପ୍ରବଳ ହଇରାଣ ହେଉଛନ୍ତି ଗ୍ରାହକ। ଗ୍ରାହକ ଅଭିଯୋଗ କରିଛନ୍ତି ତାଙ୍କୁ ହୋମ୍ ଡେଲିଭରୀ ମିଳିବା ବନ୍ଦ ହୋଇଯାଇଛି। କିଛି ଗ୍ରାହକ କାଠ ଚୁଲାରେ ରୋଷେଇ କରୁଛନ୍ତି। ଆଉ କିଛି ଗ୍ରାହକ ଖୁଚୁରା ଗ୍ୟାସ ଲିଟର ପିଛା ୧୧୦ ଟଙ୍କା ଦେଇ କଳା ବଜାରରୁ କିଣୁଛନ୍ତି। କିଛି ଗ୍ରାହକଙ୍କୁ ଗୋଦାମ ଯାଇ ଗ୍ୟାସ ଆଣିବାକୁ କୁହାଯାଉଥିବା ବେଳେ ଅନ୍ୟ ଗ୍ରାହକଙ୍କୁ ରାତିରୁ ଲମ୍ବା ଲାଇନରେ ଠିଆ ହେବାକୁ ଗ୍ୟାସ ଡିଷ୍ଟ୍ରିବ୍ୟୁଟର ପକ୍ଷରୁ କୁହାଯାଉଛି। ମୋଟାମୋଟି ଭାବେ ଗ୍ୟାସ ମିଳୁନଥିବା ଦେଖାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+