ରୋଷେଇ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି, 5 ଗୁରୁତର
ରୋଷେଇ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି । ଦୁର୍ଘଟଣାରେ ୫ଜଣ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ ଘଟିଛି ଏହି ଅଘଟଣ। ଗୁରୁତରଙ୍କୁ ଭୁବନେଶ୍ୱରର ଏମ୍ସ୍କୁ ସ୍ଥାନାନ୍ତର କରାଯାଇଛି।
ଖୋର୍ଦ୍ଧା: ରୋଷେଇ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି । ଦୁର୍ଘଟଣାରେ ୫ଜଣ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ ଘଟିଛି ଏହି ଅଘଟଣ। ଗୁରୁତରଙ୍କୁ ଭୁବନେଶ୍ୱରର ଏମ୍ସ୍କୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗମ୍ଭାରିମୁଣ୍ଡା ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ନିଆଁ ଲିଭାଇବାକୁ ଚେଷ୍ଟା କଲା ବେଳେ ଗ୍ୟାସ୍ ଟାଙ୍କିଟି ଫାଟି ଯାଇଥିଲା। ଫଳରେ ସେଠାରେ ଉପସ୍ଥିତ 5 ଜଣ ପୋଡ଼ି ଯାଇଛନ୍ତି।

ଗୁରୁତର ମାନେ ହେଲେ ଦେବ ପ୍ରଧାନଙ୍କ ପଡୋଶୀ ବୁଧୀରାମ ବାରିକ, ପ୍ରସନ୍ନ ବାରିକ, ପ୍ରମୋଦ ବରାଳ, ବୁଟୁ ବରାଳ, ସମୀର ବରାଳଙ୍କ ସହ ଅନ୍ୟ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ମାନଙ୍କ ଶରୀରର ୮୦ ପ୍ରତିଶତରୁ ଅଧିକ ପୋଡି ଯାଇଥିବା ଅନୁମାନ କରାଯାଇଛି। ଘଟଣାସ୍ଥଳରେ ଗମ୍ଭାରି ମୁଣ୍ଡା ଫାଣ୍ଡି ପୋଲିସ୍ ସହ ଚିଲିକା ଅଗ୍ନିଶମ ବାହୀନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି।












Click it and Unblock the Notifications