ଫାଟିଲା ଗ୍ୟାସ୍‌ ଟାଙ୍କି: ସ୍ଥିତି ଭୟଙ୍କର, ୩ ଗୁରୁତର

ଗ୍ୟାସ୍‌ ଟାଙ୍କି ଫାଟି ୩ ଗୁରୁତର । ଘଟଣାସ୍ଥଳରେ ସ୍ଥିତି ଭୟଙ୍କର ରହିଛି । ଅମର୍ଦ୍ଦା ଛକରେ ଥିବା ଏକ ହୋଟେଲରେ ଗ୍ୟାସ୍‌ ଟାଙ୍କି ଫାଟିଯାଇଛି ।

ରୋଷେଇ ବେଳେ ଗ୍ୟାସ୍‌ ଟାଙ୍କି ଫାଟିଥିବା ସୂଚନା ମିଳିଛି । ୩ ଜଣ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ବସ୍ତା ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ରୋଡ୍ ସ୍ଥିତ ନନା ହୋଟେଲ୍‌ରେ ଏହି ଘଟଣା ଘଟିଛି । ସକାଳୁ ସବୁ ଠିକଠାକ ଚାଲିଥିଲା । ଲୋକେ ବି ହୋଟେଲ ଆସୁଥିଲେ । ହେଲେ ହଠାତ୍ ଗ୍ୟାସ ଲିକ ହୋଇଥିଲା । ଫଳରେ ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ସେମାନଙ୍କୁ ବସ୍ତା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିଲେ । ନିଆଁ ଲିଭିବା ପରେ ସ୍ଥାନୀୟ ଅଞ୍ଚଳରେ ଟିକେ ସ୍ଥିତି ସମ୍ଭାଳ ରହିଛି ।

gas_blast

ସେହିପରି ଗଜପତି ଜିଲ୍ଲାର ମୋହନା ଥାନା ଲୁହାଗୁଡ଼ି ଛକରେ ଅଘଟଣ ଦେଖିବାକୁ ମିଳିଛି । ସେଠାରେ ଥିବା ରାଜପୁତ୍ ଢାବାରେ ଗ୍ୟାସ୍ ଟାଙ୍କି ଫାଟି ନିଆଁ ଲାଗି ଯାଇଥିଲା । ଫଳରେ ହୋଟେଲ ବ୍ୟାପକ କ୍ଷତି ଘଟିଛି ।

ପ୍ରଥମେ ହୋଟେଲ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇପାରି ନଥିଲେ । ଖବର ପାଇ ମୋହନା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବର୍ତ୍ତମାନ୍ ଦୁଇଟି ସ୍ଥାନରେ ସ୍ଥିତି ସ୍ୱାଭାବିକ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+