ଗ୍ୟାସ୍ ଟାଙ୍କି ଫାଟି ୩ ଗୁରୁତର, ନିଆଁ ଆୟତ୍ତ
ଗ୍ୟାସ୍ ଟାଙ୍କି ଫାଟି ଗୋଟିଏ ପରିବାରର ୩ ଗୁରୁତର । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଉଚ୍ଚପଦାସ୍ଥିତ ଗୁଡିଆ ସାହିରେ ଅଭାବନୀୟ ଘଟଣା ଘଟିଛି।

ଆଜି ସକାଳେ ବୃନ୍ଦାବନ ସାହୁଙ୍କ ଘରେ ରୋଷେଇ ହେଉଥିବାବେଳେ ପ୍ରଥମେ ଗ୍ୟାସ୍ ଲିକ୍ ହୋଇଥିଲା। ହଠାତ୍ ଟାଙ୍କି ଫାଟି ଯାଇ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ପରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।












Click it and Unblock the Notifications