ଗ୍ୟାସ ପାଇପ ଲାଇନ୍ ବେଳେ ଅଘଟଣ; ସମ୍ପ ତଳକୁ ଖସିପଡ଼ିଥିବା ଯୁବକ ମୃତ୍ୟୁ

ଗ୍ୟାସ ପାଇପ୍ ଲାଇନରେ କାମ କରୁଥିବାବେଳେ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କଟକ- ପାରାଦୀପ ରାସ୍ତା କୁଜଙ୍ଗଠାରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ହେଲେ ପରିମଳ ଗାୟନ। ତାଙ୍କର ବୟସ ୨୨ ବର୍ଷ। ସେ କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ନୂଆଗଡ଼ ପଞ୍ଚାୟତ ବିଜୟଚାନ୍ଦପୁରର ବାସିନ୍ଦା।

Gas pipeline failure

ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବିପିସିଏଲର ଗ୍ୟାସ ପାଇପଲାଇନ କାମ କରିବାକୁ ପରିମଳ ଗାୟନଙ୍କ ସମେତ ୬ଜଣ ଶ୍ରମିକ ବାହାରିଥିଲେ। ହେଲେ କାମ କରିବା ସ୍ଥଳରେ କୌଣସି କାରଣରୁ ଗ୍ୟାସ୍ ନିର୍ଗତ ହେଉଥିଲା। ଏଥିରେ ପ୍ରଭାବିତ ହୋଇ ପରିମଳ ଗାୟନ ତଳକୁ ଖସିପଡ଼ିଥିଲେ। ସେ ମାଟି ତଳେ ପୋତି ହୋଇଯାଇଥିଲେ।

ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ବିପିସିଏଲର ଗ୍ୟାସ ପାଇପଲାଇନ କାମ କରିବାକୁ ପରିମଳ ଗାୟନଙ୍କ ସମେତ ୬ଜଣ ଶ୍ରମିକ ବାହାରିଥିଲେ। ହେଲେ କାମ କରିବା ସ୍ଥଳରେ କୌଣସି କାରଣରୁ ଗ୍ୟାସ୍ ନିର୍ଗତ ହେଉଥିଲା। ଏଥିରେ ପ୍ରଭାବିତ ହୋଇ ପରିମଳ ଗାୟନ ତଳକୁ ଖସିପଡ଼ିଥିଲେ। ସେ ମାଟି ତଳେ ପୋତି ହୋଇଯାଇଥିଲେ। ପ୍ରାୟ ଦୁଇଘଣ୍ଟା ପରେ ଅଗ୍ନିଶମ କର୍ମଚାରୀ ଆସି ମାଟି ତଳୁ ମୃତ ପରିମଳ ଗାୟନଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ଲାଗି ଉତ୍ତେଜନା ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ କଟକ-ପାରାଦୀପ ରାସ୍ତାରେ ଯାନବାହନ ଚଳାଚଳ ବି ବ୍ୟାହତ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+