ରାଜଧାନୀରେ 'CNG' ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍

Odisha News: ରାଜଧାନୀରେ 'CNG' ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ । ଖଣ୍ତଗିରି ଅଞ୍ଚଳରେ ଗ୍ୟାସ୍ ଲିକ୍ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାସ୍ତାମଝିରେ ଅଟକି ରହିଥିଲା ଶତାଧିକ ଗାଡ଼ି । ଦୀର୍ଘ ୪୫ ମିନିଟ୍ ପରେ ଆୟତ୍ତ ହୋଇଥିଲା ଗ୍ୟାସ୍ ଏବଂ ସୁରକ୍ଷିତ ଭାବେ ଗାଡ଼ିକୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା ।

Odisha News

'CNG' ଟ୍ୟାଙ୍କରଟି ବରମୁଣ୍ତାରୁ ଖୋର୍ଦ୍ଧା ପଟକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ପାଣି ସ୍ପ୍ରେ କରିବା ସହ ଏସ ବିଶେଷଜ୍ଞ ଟିମ୍ ମଧ୍ୟ ପହଞ୍ଚି ଲିକ୍ ହେଉଥିବା ଟ୍ୟାଙ୍କର ଭାଲଭକୁ ବନ୍ଦ କରିଥିଲେ । ଫଳରେ କିଛି ସମୟ ମଧ୍ୟରେ ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା ।ତେବେ ପ୍ରାୟ ଦୀର୍ଘ ୪୫ ମିନିଟ୍ ପରେ ସ୍ୱଭାବିତ ଗାଡି ଚଳାଚଳ ଆରମ୍ଭ ହୋଇଥିଲା ଏବଂ ସାମାନ୍ୟ ହୋଇଥିଲା ଜନଜୀବନ । ଗ୍ୟାସ୍ ଲିକ୍ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+