ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ଘଟଣା: ଦୁଇ ବଡ ବାବୁ ନିଲମ୍ବିତ
କାର୍ଯ୍ୟରେ ଅବହେଲା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଅଧିକାରୀମାନେ ହେଲେ ଇଏମଡି ବିଭାଗର ଗୋପବନ୍ଧୁ ବାରିକ ଓ ସିସିଡି ମେକାନିକାଲର ନବେନ୍ଦ୍ର ଦାଶ ।
ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ଘଟଣାରେ ଦୁଇ ଜଣ ନିଲମ୍ବିତ । କାର୍ଯ୍ୟରେ ଅବହେଲା ପାଇଁ ୨ ଡିଜିଏମ ପାହ୍ୟା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଅଧିକାରୀମାନେ ହେଲେ ଇଏମଡି ବିଭାଗର ଗୋପବନ୍ଧୁ ବାରିକ ଓ ସିସିଡି ମେକାନିକାଲର ନବେନ୍ଦ୍ର ଦାଶ ।

ଆଜି ସକାଳ ପ୍ରାୟ ୯ଟା ବେଳେ RSPର କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଗ୍ୟାସ୍ ଲିକ୍ ହୋଇଥିଲା। ଖବର ପାଇ ପ୍ଲାଣ୍ଟର ଅଗ୍ନିଶମ କର୍ମଚାରୀ ପହଞ୍ଚି ଅସୁସ୍ଥ ୧୦ ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ପ୍ଲାଣ୍ଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଜଣ ସୁସ୍ଥ ଥିବା ଜଣାପଡ଼ିଛି।












Click it and Unblock the Notifications