ଗ୍ୟାସ୍ ସିଲିଣ୍ଡର ଫାଟି ୫ ଗୁରୁତର; ଜଣେ ଆହତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଗ୍ୟାସ୍ ସିଲିଣ୍ଡର ଫାଟି ୫ ଗୁରୁତର, ଜଣେ ଆହତ । ଗୋଟିଏ ପରିବାରର ୬ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଅନୁଗୁଳ ତଳମୂଳ ପାଟଣା ସାହିରେ ଆଜି ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ, ସ୍ଥାନୀୟ ଅଂଚଳର ସର୍ବେଶ୍ୱର ସାହୁଙ୍କ ସ୍ତ୍ରୀ ସୁମିତ୍ରା ସାହୁ ଘରେ ମାଛ ଭାଜୁଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇଥିବା ଜାଣି ପୁଅ ସଂଗ୍ରାମଙ୍କୁ ଡାକିଥିଲେ । ସଂଗ୍ରାମ ଗ୍ୟାସ୍ ଟାଙ୍କିଟିକୁ ଘର ବାହାରକୁ ଫିଙ୍ଗି ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ତଳମୂଳ ପାଟଣାସାହିରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଫାଟି ୫ ଜଣ ଗୁରୁତର ହୋଇଛନ୍ତି । ଘରେ ରୋଷେଇ କରୁଥିବା ସମୟରେ ପାଇଟ୍ରେ ନିଆଁ ଲାଗିବା ପରେ ଟାଙ୍କି ଫାଟି ଯାଇଥିଲା । ଦୁର୍ଘଟଣା ଫଳରେ ସୁମିତ୍ରା ସାହୁ, ସର୍ବେଶ୍ବର ସାହୁ, ରଞ୍ଜିତ ସାହୁ, ବାବୁଲା ସାହୁ, ତପସ୍ଵୀନି ସାହୁ ଗୁରୁତର
ହୋଇଛନ୍ତି ।
ଏମାନଙ୍କୁ ଆନୁଗୋଳ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏମାନେ ସମସ୍ତେ ଗୋଟିଏ ପରିବାରର । ସୁମିତ୍ରା ସାହୁ ଏବଂ ସର୍ବେଶ୍ବର ଉଭୟ ସ୍ବାମୀ-ସ୍ବୀ । ଏମାନଙ୍କର ପୁଅ ରଞ୍ଜିତ ସାହୁ ମଧ୍ୟ ଗୁରୁତର ରହିଛନ୍ତି । ବାବୁଲା ସାହୁ ଏବଂ ତପସ୍ବିନୀ ସା ର ଉଭୟ ସ୍ବାମୀ-ସ୍ବୀ ।












Click it and Unblock the Notifications