ରୋଷେଇ କଲା ବେଳେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣା ; ଶିକ୍ଷୟତ୍ରୀ ମୃତ, ସ୍ବାମୀ ଗୁରୁତର

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବାଣୀଭୂଷଣପୁର ଗ୍ରାମରେ ଗ୍ୟାସ୍‌ ସିଲିଣ୍ଡରରୁ ଲାଗିଲା ନିଆଁ । ସରପଞ୍ଚଙ୍କ ପତ୍ନୀ ତଥା ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସରପଞ୍ଚ ଗୁରୁତର ହୋଇଛନ୍ତି । ମୃତକ ବାଣୀଭୂଷଣପୁର ଗ୍ରାମର ବିଷ୍ଣୁପ୍ରିୟା ମେହେର । ଗୁରୁତର ବାଣୀଭୂଷଣପୁର ସରପଞ୍ଚ ଶ୍ରିବନ୍ତ ମେହେର । ସରପଞ୍ଚଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର ।

accident

ସୂଚନାଯୋଗ୍ୟ ଯେ, ବୌଦ୍ଧ ବାଣୀଭୁଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେରଙ୍କ ଘରେ ତାଙ୍କ ସ୍ତ୍ରୀ ରୋଷେଇ କରୁଥିବା ସମୟରେ କୌଣସି କାରଣରୁ ରୋଷେଇ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଶ୍ରୀବନ୍ତଙ୍କ ପତ୍ନୀ ବିଷ୍ଣୁପ୍ରିୟାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ପତ୍ନୀଙ୍କୁ ନିଆଁ ଦାଉରୁ ଉଦ୍ଧାର କରୁଥିବା ବେଳେ ସ୍ବାମୀ ମଧ୍ୟ ପୋଡି ଯାଇଥିଲେ l ଉଭୟଙ୍କୁ ପ୍ରଥମେ ପୁରୁଣା କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ହୋଇଯାଇଛି ।

ସେପଟେ ଶ୍ରୀବନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+