Get Updates
Get notified of breaking news, exclusive insights, and must-see stories!

Garuda Purana: ଗରୁଡ଼ ପୁରାଣ କଣ? ମଣିଷର ମୃତ୍ୟୁ ପରେ ତାର ଆତ୍ମା କୁଆଡ଼େ ଯାଏ ଓ କ'ଣ କରେ ?

ଦୁନିଆରେ ଜନ୍ମ ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ। ମୃତ୍ୟୁ ପରେ ଆମର କଣ ହୋଇଥାଏ? ସତରେ କଣ ମଣିଷର ମୃତ୍ୟୁ ପରେ ପରଲୋକକୁ ଚାଲି ଯାଆନ୍ତି? ସତରେ କଣ ମଣିଷର ପୂର୍ନଜନ୍ମ ହୋଇଥାଏ? ଏହିସବୁ ପ୍ରଶ୍ନର ଉତ୍ତର ବୈଜ୍ଞାନିକଙ୍କୁ ଏପର୍ଯ୍ୟନ୍ତ ମିଳି ପାରିନାହିଁ। ହେଲେ ଗରୁଡ଼ ପୁରଣାରେ ମୃତ୍ୟୁକୁ ନେଇ କିଛି କଥା କୁହାଯାଇଛି। ଗରୁଡ଼ ପୁରାଣ କଣ ଆସନ୍ତୁ ଜାଣିବା।

ହିନ୍ଦୁଧର୍ମରେ ଥିବା ୧୮ ମହାପୁରାଣ ମଧ୍ୟ ଗରୁଡ ପୁରାଣ ହେଉଛି ଅନ୍ୟତମ। ଏହି ପୁରୁଣାରେ ଗରୁଡ଼ ପକ୍ଷୀ ଓ ବିଷ୍ଣୁଙ୍କ ମଧ୍ୟରେ ଚାଲିଥିବା ଆଦାନ ପ୍ରଦାନକୁ ନେଇ ମଣିଷ ଜୀବନ ଉପରେ କିଛି କଥା କୁହାଯାଇଛି।

Garuda Purana

ମୃତ୍ୟୁ କଣ ? ସତରେ କଣ ପୁର୍ନଜନ୍ମ ଅଛି କି?

ହିନ୍ଦୁଧର୍ମ ଅନୁସାରେ ମୃତ୍ୟୁ ପରେ ମଣିଷର ଅନ୍ତିମ ସଂସ୍କାର କରିଯାଇଥାଏ। ପୁର୍ନଜନ୍ମକୁ ନେଇ ଗରୁଡ ପୁରାଣରେ ଅନେକ କଥା କୁହାଯାଇଛି। ମୃତ୍ୟୁ କଣ ? ସତରେ କଣ ପୁର୍ନଜନ୍ମ ଅଛି କି? ମଣିଷ ମରିବା ସମୟରେ କଷ୍ଟ ହୁଏ କି? ମୃତ୍ୟୁ ପରେ ମଣିଷର କଣ ହୋଇଥାଏ ଓ ମୃତ୍ୟୁ ପରେ ଆମେ କେଉଁଠି ଯାଇଥାନ୍ତି? ଏହି ସଂପର୍କରେ ଗରୁଡ଼ ପୁରାଣରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ବଞ୍ଚିଥିବା ଅବସ୍ଥାରେ ଗରୁଡ଼ ପୁରାଣ ପଢ଼ିବା ଉଚିତ ନୁହେଁ ବୋଲି କୁହାଯାଏ। ଏହା ମନରେ ଏକ ଭ୍ରମ ଧାରଣା। ଗରୁଡ଼ ପୁରୁଣା ପଢ଼ିବା ଦ୍ବାରା ଅନେକ କଥା ଜାଣିବା ପାଇଁ ମିଳିଥାଏ।

ଗରୁଡ ପୁରାଣ ଅନୁସାରେ ମୃତ୍ୟୁର କିଛି ଘଣ୍ଟା ପରେ ମଣିଷର ପାଦ ଥଣ୍ଡା ହୋଇଯାଇଥାଏ। ମଣିଷର ମୃତ୍ୟୁ ସମୟ ଆସିଲେ ମୃତ୍ୟୁର ରାଜା ଯମ ଦେବତା ତାଙ୍କ ପାଖରେ ପହଞ୍ଚି ଯାଇଥାଏ। ଏହି ସମୟରେ ବିଭିନ୍ନ ପ୍ରକାର ଶବ୍ଦ ମଣିଷକୁ ଶୁଣା ଯାଇଥାଏ। ଏଥିସହ ନିଜେ ନିଜେ ମଧ୍ୟ ଚିତ୍କାର କରିବାକୁ ଲାଗନ୍ତି। କିନ୍ତୁ ଏହି ଶବ୍ଦକୁ କେହି ଶୁଣି ପାରନ୍ତି ନାହିଁ।

ଧୀରେ ଧୀରେ ଆତ୍ମାକୁ ଜଣା ପଡିଥାଏ ଯେ ତାକୁ ଏବେ ସଂସାର ଛାଡିବାକୁ ହେବ। ମଣିଷ ମରିବା ଥିବା ଘରେ ତାର ଆତ୍ମା କିଛିଦିନ ପାଇଁ ସେଇଠି ରହିଥାଏ। ଅତି କମରେ ମରିବାର ୭ ପର୍ଯ୍ୟନ୍ତ ଆତ୍ମା ସେହି ଘରେ ରହିଥାଏ। ଆତ୍ମା ମଧ୍ୟ ନିଜ ପସନ୍ଦର ସ୍ଥାନକୁ ମଧ୍ୟ ବୁଲିବାକୁ ଯାଇଥାଏ। ଅଫିସ୍, ବଗିଚା ଓ ଦୋକାନ ଆଦି ସ୍ଥାନକୁ ମଧ୍ୟ ଆତ୍ମା ଭ୍ରମଣ କରିବା ପାଇଁ ଯାଇଥାଏ। ମୃତ୍ୟୁ ପରେ ପ୍ରତ୍ୟେକ ଦିନ ଆତ୍ମା ଆସିଥାଏ । ୭ ଦିନ ପରେ ନିଜ ପରିବାର ଓ ଏହି ଲୋକକୁ ଛାଡି ଆତ୍ମା ପରଲୋକ ଚାଲି ଯାଇଥାଏ।

କୁହାଯାଏ ଅନ୍ଧାର ଗୁମ୍ପା ଦେଇ ଆତ୍ମାକୁ ଯିବାକୁ ପଡ଼ିଥାଏ। ସେଥିପାଇଁ ମୃତ୍ୟୁର ୧୨ ଦିନ ପର୍ଯ୍ୟନ୍ତ ବହୁତ ଗୁରୁତ୍ବପୂର୍ଣ୍ଣ ରହିଥାଏ। ପରିବାର ଲୋକେ ଧ୍ୟାନ ପୂର୍ବକ ଆତ୍ମାର କ୍ରିୟା ପାଳିବା ଉଚିତ୍। ଏଥିସହ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବା ଉଚିତ୍। ଗୁମ୍ପା ପାରି ହେବା ପରେ ଆତ୍ମାକୁ ଅଲଗା ଦୁନିଆ ନଜର ଆସିଥାଏ। ଆତ୍ମା ଏହି ଦୁନିଆ ଛାଡି ଗଲା ପରେ ତାଙ୍କ ପୂର୍ବ ପୁରୁଷଙ୍କ ସହ ଭେଟ ହୋଇଥାଏ। ଗରୁଡ଼ ପୁରାଣ ଅନୁସାରେ, ଯମ ଲୋକକୁ ପ୍ରବେଶ କରିବା ପାଇଁ ଚାରି ଦିଗରେ ୪ଟି ବାଟ ରହିଥାଏ। ସେହି ବାଟ ଦେଇ ଆତ୍ମା ଯମଲୋକକୁ ଯାଇଥାଏ। ଆତ୍ମାର କର୍ମ ଆଧାରେ କିଏ କେଉଁ ବାଟରେ ଯିବ ତାହା ଯମଲୋକରେ ନିଷ୍ପତ୍ତି ହୋଇଥାଏ। ଗରୁଡ଼ ପୁରୁଣା ଅନୁସାରେ ପୂର୍ବ ଦିଗରେ ଥିବା ବାଟରେ ସୁଖ ମିଳିଥାଏ। ଏହି ବାଟ ଦେଇ ଆସିଥିବା ଆତ୍ମାକୁ କଷ୍ଟ ହୋଇନଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+