ଭର୍ଚୁଆଲ ମୋଡରେ ଗଞ୍ଜାମ ଜ଼ିଲ୍ଲା ଯୁବ ରେଡକ୍ରସ ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ
ଗଞ୍ଜାମ ଜିଲ୍ଲା ଯୁବ ରେଡକ୍ରସ ତରଫରୁ ଅନଲାଇନରେ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓଙ୍କ ସଂଯୋଜନାରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ କିଶୋର ଚନ୍ଦ୍ର ବେହେରା ସଭାପତିତ୍ବ କରିଥିଲେ ।
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଯୁବ ରେଡକ୍ରସ ତରଫରୁ ଅନଲାଇନରେ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓଙ୍କ ସଂଯୋଜନାରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ କିଶୋର ଚନ୍ଦ୍ର ବେହେରା ସଭାପତିତ୍ବ କରିଥିଲେ ।

ଏହି ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ଼ ସରିତା ସୁପକାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରେଡ଼କ୍ରସ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ଼ ଅଜୟ କୁମାର ତ୍ରିପାଠୀ ଉଦଘାଟନ କରି କୋଭିଡ ମହାମାରୀ ସମୟରେ ରକ୍ତଦାନ କରିବାକୁ ଆୱ|ନ କରିଥିଲେ । ରାଜ୍ୟ ଯୁବ ରେଡକ୍ରସ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର ନିଜ ବକ୍ତବ୍ୟରେ ଚଳିତ ବର୍ଷର ଅନୁଚିନ୍ତା ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡକ୍ରସ ଉପଦେଷ୍ଟା ଦେବବ୍ରତ ସାହୁଙ୍କ ଦ୍ୱାରା ଗାନ କରାଯାଇଥିବା ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ସଂଗୀତ ଉନ୍ମୋଚନ କରାଯାଇଥିଲା । ଜିଲ୍ଲା ସମ୍ପାଦକ ମନୋରଞ୍ଜନ ମହାରଣା ସ୍ୱାଗତ ଭାଷଣ ଦେଇଥିଲେ । ଜଗନ୍ନାଥପ୍ରସାଦ ମହାବିଦ୍ୟାଳୟ ଯୁବ ରେଡକ୍ରସ ଉପଦେଷ୍ଟା ଲୋକନାଥ ମହାନ୍ତି ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । କେନ୍ଦୁପଦର ମହାବିଦ୍ୟାଳୟ ଯୁବ ରେଡକ୍ରସ ଉପଦେଷ୍ଟା ହରିଶଙ୍କର ପାଣ୍ଡେ ଧନ୍ୟବାଦ ଦେଇଥିଲେ । ଚଳିତ ବର୍ଷ କ୍ଲଷ୍ଟର ଶିବିରରେ ମନୋନୀତ ହୋଇଥିବା 15 ଜଣ ସ୍ବେଛାସେବୀଙ୍କୁ ପୁରସ୍କାର ଦିଆଯାଇଥିଲା ।












Click it and Unblock the Notifications