ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗଞ୍ଜାମର ଛଅ ପଞ୍ଚାୟତକୁ ଜାତୀୟ ସ୍ତରରେ ପୁରଷ୍କାର

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଞ୍ଜାମର ଛଅ ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ପୁରଷ୍କାର ପ୍ରଦାନ କରାଯାଇଛି

ବ୍ରହ୍ମପୁର : ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଞ୍ଜାମର ଛଅ ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ପୁରଷ୍କାର ପ୍ରଦାନ କରାଯାଇଛି । କୋଭିଡ୍-19 ମହାମାରୀ ସମୟରେ ଭଲ ପ୍ରଦର୍ଶନ କରିବା ସହିତ ଜନସାଧାରଣମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଗଞ୍ଜାମ ଜିଲ୍ଲାର 2 ଟି ବ୍ଲକ ହିଂଜିଳି ଓ ଶେରଗଡକୁ ପୁରଷ୍କୃତ କରାଯାଇଛି ।

ସେହିପରି ଭାରତ ସରକାରଙ୍କ ପକ୍ଷରୁ ଦୀନ ଦୟାଲ ଉପାଧ୍ୟାୟ ପଂଚାୟତ ସଶକ୍ତିକରଣ ପୁରସ୍କାର ଭାବେ ଦୁଇଟି ପଞ୍ଚାୟତ ବଡଖଣ୍ଡି ଓ ରାମଚନ୍ଦ୍ରପୁର ଦିଆଯାଇଛି ।

ଗଞ୍ଜାମ

ନିଜ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଡପଡା ଓ ବଡବୋରସିଙ୍ଗିକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର-2021 ପ୍ରଦାନ କରାଯାଇଛି ।

ଏହି ପୁରଷ୍କାର ସମ୍ପର୍କରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଜାତୀୟସ୍ତରରେ ଏହି ସମ୍ମାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଏହି ବ୍ଲକ ଓ ପଞ୍ଚାୟତକୁ ଶୁଭେଚ୍ଛା ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+