ବେଗୁନିଆପଡା ବ୍ଲକର କୁମ୍ଭାରଗାଁ ପଞ୍ଚାୟତ ହେଲା କଣ୍ଟେନମେଣ୍ଟ ଜୋନ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କୁମ୍ଭାରଗାଁ ପଞ୍ଚାୟତର ମାଲ ବେଲପଡା ଓ କୁମାରିପାରି ଠାରୁ ବହୁ କରୋନା ପଜେଟିଭ ମିଳିବା ପରେ ଉପଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା 3385 ପ୍ରକାରେ ସରପଞ୍ଚ ସତୀଶ କୁମାର ତାରିଣୀ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।

containment zone

ଏଥିସହ କୁମ୍ଭାରଗାଁ ପଞ୍ଚାୟତ ଅନ୍ତର୍ଗତ କୋଳିଆ ଗ୍ରାମ, ବେଗୁନିଆଡିହ, କୁମ୍ଭାରଗାଁ ଠାରୁ ଅଙ୍ଗାରଗାଁ ପଞ୍ଚାୟତର ଡାଇକି ଛକ ପର୍ଯ୍ୟନ୍ତ ବଫର ଜୋନ ଘୋଷଣା କରାଯାଇଛି । ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଅବସ୍ଥିତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ । ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲ କର୍ମଚାରୀ ଘରକୁ ଘର ବୁଲି ସ୍ୱାବ ସଂଗ୍ରହ କରିବା ସହ ସମସ୍ତଙ୍କ ସ୍କିନିଂ କରିବେ ଏବଂ କୋଦଳା ଅଗ୍ନିଶମ ବାହିନୀ ଉକ୍ତ ପଞ୍ଚାୟତରେ ହୋଇଥିବା କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନରେ ସାନିଟାଇଜ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+