ଗଞ୍ଜାମ ଦୁର୍ଘଟଣା: ମାର୍ଚ୍ଚ ୫ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ଗଞ୍ଜାମ ଟ୍ରକ୍ ଦୁର୍ଘଟଣା । ଓଡ଼ିଶା ସରକାରଙ୍କୁ ସବିଶେଷ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ ରୋଡ୍ ସେଫ୍ଟି କମିଟି । ଗଞ୍ଜାମ ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ଟ୍ରକ୍ ଦୁର୍ଘଟଣାକୁ ନେଇ ସୁପ୍ରିମ୍ କୋର୍ଟଙ୍କ ରୋଡ୍ ସେଫ୍ଟି କମିଟି ଉଦବେଗ ପ୍ରକାଶ କରିଛନ୍ତି । ଘଟଣାରେ ଓଡ଼ିଶା ସରକାରଙ୍କୁ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୩୧ ତାରିଖରେ ୧୬ ନମ୍ବର ଜାତୀୟ ରାଜପଥ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଓଭରବ୍ରିଜରେ ଏକ ଟ୍ରକ୍ ଭୁଲ୍ ସାଇଡ୍ ରେ ଆସି ତିନୋଟି ବାଇକ୍ କୁ ଧକ୍କା ଦେଇଥିଲା । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିଲେ ।

ଜଷ୍ଟିସ୍ ଅଭୟ ମନୋହର ସାପ୍ରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରାଜ୍ୟ ମୁଖ୍ୟ ଅନୁ ଗର୍ଗଙ୍କୁ ଚିଠି ଲେଖିଛନ୍ତି । ମାର୍ଚ୍ଚ ୫ ତାରିଖ ସୁଦ୍ଧା ଦୁର୍ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଭୁଲ୍ ସାଇଡ୍ ରେ ଗାଡ଼ି ଚଲାଇବା, ଦ୍ରୁତ ଗତି ଓ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନ ନହେବା ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଥିବାରୁ କମିଟି ଚିନ୍ତା ପ୍ରକାଶ କରିଛନ୍ତି । ରାଜପଥରେ ସୁରକ୍ଷା ପାଇଁ କି ପଦକ୍ଷେପ ନିଆଯାଉଛି, ସେ ବିଷୟରେ ଜଣାଇବାକୁ କୁହାଯାଇଛି । ସୁପ୍ରିମକୋର୍ଟ ରୋଡ୍ ସେଫ୍ଟି କମିଟି ଦେଶରେ ସଡ଼କ ସୁରକ୍ଷା ବ୍ୟବସ୍ଥାର ତଦାରଖ କରେ। ଦୁର୍ଘଟଣା କମାଇବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥାଏ ।












Click it and Unblock the Notifications